ତ୍ୟାଗ
ତ୍ୟାଗ
ଜୀବନ ଧରି ବଞ୍ଚିବା ଏହି
ବଡ଼ ନୁହେଁ ରେ ଭାଇ
ଜନ୍ମିଛୁ ଯେବେ କିଛି କର୍ତ୍ତବ୍ୟ
କର ତୁ ହାତେ ନେଇ ।
ଦେଶ ସେବାକୁ ମହତ ଭବି
ଯେବେ ଚାଲିବୁ ପଥ
ଅମ୍ବରେ ଦିନେ ଭାସି ଉଠିବ
ତୋର ଅମ୍ଳାନ ରଥ ।
ବୀର ମାତାଙ୍କ ଆଶିଷ ବଳେ
ହେବୁ ତୁ ବଳିୟାନ
ବୃଥା ନଯିବ କରମ ଯାତ୍ରା
କିଅବା ବଳିଦାନ ।
ହଳ ଲଙ୍ଗଳ ଭାବିବୁ ତୁହି
କାନ୍ଧରେ ବନ୍ଧୁକ ଭାର
ଚାଷୀ ଯୋଗାଏ ପେଟକୁ ଦାନା
ତୁହି ସୁରକ୍ଷା ତା'ର ।
ତ୍ରିରଙ୍ଗା ଝଣ୍ଡା ଦେଖିଲେ ତୋର
ମଥା ଯାଉ ରେ ନଇଁ
ସମର୍ପି ଦେବୁ ଜୀବନ ତୋର
ମାତୃଭୂମିକୁ ଚାହିଁ ।