ପୋଦିନା
ପୋଦିନା


ସଂଜୀବନୀ ପ୍ରାୟେ ପୋଦିନା ବଲ୍ଲରୀ
ଏ କଥା ନୁହେଁ ତ ମିଥ୍ୟା
ଉଦର ଜ୍ୱଳନ ଦୂରୀଭୂତ କରେ
ମନରୁ ଲିଭଇ ବ୍ୟଥା ।
ବିବିଧ ଉପାୟେ ଉପଯୋଗ କଲେ
ପ୍ରାପ୍ତ ହୁଏ ଉପକାର
ଅବେଳରେ ସିଏ ବାଡିବଗିଚାରେ
ବନ୍ଧୁ ରୂପେ ସିଏ ସାର ।
ଆମ୍ବ ପୋଦିନା କୁ ସମିଶ୍ରଣ କରି
ଯେବେ ଦେବ ତୁମେ ଫେଣ୍ଟି
ଲାଳାୟିତ ମନ ଛୁଟୁ ଥାଏ ଯେହ୍ନେ
ନାହିଁ ତା'ର ମାପକାଠି ।
ସରବତ ଯେବେ ମନେ ଉଙ୍କି ମାରେ
ଦୁଇଟା ପୋଦିନା ତୋଳି
ଦହି ସଙ୍ଗେ
ତାକୁ ମଥନ କରିବ
ସୁସ୍ବାଦୁ ଯେ ଭଳି ଭଳି ।
ମାଟିରେ ତା ବାସ ମନ ତା ହରଷ
ସଭିଙ୍କ ସେନେହ ପାଏ
ରୂପ ସିନା ତୁଛ ସୌରଭ ମହାନ୍
ଏହି ଠାରୁ ବୁଝା ଯାଏ ।
ସାଗୁଆ ସୁନ୍ଦରୀ ମହକତା ଭାରି
ଆମେ ତା'ର ଗୁଣେ ଖୁସି
କୁଞ୍ଚି କୁଞ୍ଚି ତା'ର ଶୋଭା କିଶଳୟ
ଆନନ୍ଦ ଦିଏ ପରଷି ।
ପେଟକୁ ଶୀତଳ ମନକୁ ସେ ବଳ
ଥାଳିକୁ ଆଦର ହୋଇ
ସକଳ ଜୀବନେ ପ୍ରାଣ ସଂଚାରିତେ
ସହଯୋଗ କରୁ ଥାଇ ।