ସ୍ବାଧୀନ ଚାହେଁ
ସ୍ବାଧୀନ ଚାହେଁ


ମୋ ଦେଶ ଭାରତ ସ୍ବାଧୀନ ହୋଇଛି
ଯେତେ ମନେ ହୁଏ ଭାଇ
ସତରେ କଅଣ ମୁକ୍ତି ସେ ପାଇଛି
ଶିଙ୍କୁଳି ଛିଣ୍ଡାଇ ଦେଇ ।
ଗୋରା ସାହେବଙ୍କ ହାତରୁ ଉଦ୍ଧାର
କରିଲେ ଯବାନ ବୀର
ସ୍ବାର୍ଥପରତାରେ ବାନ୍ଧିଲେ ନେତାଏଁ
ହାତରେ ଧରିଣ ଡୋର ।
କହିଲେ ଗାଇବା ଭାରତର ଗୁଣ
ଏକତ୍ରିତ ହେବା ଆମେ
ସଭିଏଁ ହୋଇଲେ ଏକାଠିରେ ଭାଇ
ଅର୍ଥର ଲାଳସାର ଭ୍ରମେ ।
ତ୍ରିରଙ୍ଗା ଝଣ୍ଡାକୁ କିଏ ଉଡାଇବ
କଲେ ସର୍ବେ ପଞ୍ଜିକୃତ
କୋଟିପତି ପୁଅ ଛିଡ଼ା ହେଲା ଆଗେ
ଭରି ମୋଟା ଅଙ୍କ ବିତ୍ତ ।
ପୁଣି ଚର୍ଚ୍ଚା ହୁଏ ଦେଶ ଭକ୍ତି ଗାନ
କିଏ ସେ କରିବ ଆଜି
ଆଗ ଧାଡିରେ ଯେ ରୂପସୀ ତରୁଣୀ
ବାୟସ କଣ୍ଠରେ ସାଜ୍ଜି ।
ବକୃତା କେ ଦେବ କୁହ ଆରେ ସାଥୀ
କହି ପାରେ ଛଳ କରି
ପୋଚା ମାଛ ଯିଏ ସହଜେ ବିକିବ
ତାଙ୍କୁ ଆଣ ବେଗ କରି ।