Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Classics Inspirational Children

4  

Prabhati Mahapatra

Classics Inspirational Children

ଜନ୍ମାଷ୍ଟମୀ

ଜନ୍ମାଷ୍ଟମୀ

2 mins
357


ଜୟ ହେ ପ୍ରଭୁ ଲକ୍ଷ୍ମୀ କାନ୍ତ

ତୁମ୍ଭ ଚରଣେ ପ୍ରଣିପାତ ।

ଅପୂର୍ବ ଦୃଶ୍ୟ ଦେଖି ଆଜି

ମନ ମୋ ଯାଏ କୃଷ୍ଣେ ମଜ୍ଜି।

ସତ କି ଆଶା ପୂର୍ଣ୍ଣ ହୋଇ

ପ୍ରାଣ ପକ୍ଷୀ ମୋ ଉଠେ ଗାଇ ।

ଏକଦା ଧେନୁ ମାତା ଦୁଃଖେ

ଚଳିଲେ ବ୍ରହ୍ମାଙ୍କ ସମ୍ମୁଖେ ।

ପାପରେ ଭାସିଲା ଧରଣୀ

ନୟନୁ ଝରେ ଅଶ୍ରୁ ପାଣି ।

ହେ ବ୍ରହ୍ମା କରିବ ବ୍ୟବସ୍ଥା

ଏହି ମୋହର ଅଛି ଆସ୍ଥା ।

ହର ସଙ୍ଗତେ ଦେବ ଗଣ

ଚଳିଲେ ବିଷ୍ଣୁଙ୍କ ଭୁବନ ।

ଆନନ୍ଦ ମନରେ ଶ୍ରୀହରି

ବୋଲନ୍ତି ଉପାୟ ବିଚାରି।

ଦେବକୀ ଅଷ୍ଟମ ଗର୍ଭେରେ

ଖେଳିବି ଆନନ୍ଦ ମନରେ ।

ଭାଦ୍ରବ କୃଷ୍ଣ ପକ୍ଷ ଥିବ

ଅଷ୍ଟମୀ ତିଥି ଯୋଗ ହେବ ।

ଅର୍ଦ୍ଧ ରାତ୍ରରେ ହେବି ଜନ୍ମ

ଏ କଥା ବିଧିର ଲେଖନ ।

ପ୍ରଫୁଲ୍ଲ ମନେ ଧେନୁ ଗଲା

ତହିଁରୁ ଲୀଳା ଆରମ୍ଭିଲା ।

ମଥୁରା ପୁରର ରାଜନ

ଉଗ୍ରସେନ ଯେ ତାଙ୍କ ନାମ ।

କଂସ ଦେବକୀ ସୁତା ସୁତ

ଲଭିଣ ମନ ଆନନ୍ଦିତ।

କଂସ ଯେ ନିର୍ମମ ନିର୍ଦ୍ଦୟ

ଦେବକୀ ସୁଶ୍ରୀ ଗୁଣେ ଜୟ ।

ଯଉବନରେ ପାଦ ଦେଇ

ଦେବକୀ ସିଡ଼ି ଚଢୁ ଥାଇ ।

ବିବାହ ଦେଲେ ଯେ ଦେବକୀ

ବସୁଦେବଙ୍କୁ ବର ଦେଖି ।

କନ୍ୟା ବିଦାୟ ବେଳ ହେଲା

କଂସ ଯେ ସଙ୍ଗତେ ଚଳିଲା ।

ସହସା ହୁଏ ଶୁନ୍ୟ ବାଣୀ

କଂସ ହୃଦୟ ଦେଲା ହାଣି ।

ଦେବକୀ ଅଷ୍ଟମ ସନ୍ତାନ

ତୋହର ମରଣ କାରଣ ।

ଶୁଣିଣ କ୍ରୋଧରେ ଯେ କଂସ

ଦେବକୀ କରିବ ବିନାଶ ।

ପ୍ରବୋଧି ବସୁଦେବ ଆସି

ହୋଇଲେ କଂସ ର ବିଶ୍ବାସୀ ।

କଂସର ନୋହିଲା ବିଶ୍ଵାସ

ବନ୍ଦୀରେ ନିକ୍ଷେପି ଆଶ୍ଵାସ।

କାରାବାସରେ ଯେ ଦେବକୀ

ସର୍ବଦା ହରି ନାମ ଡାକି।

ଅତିବାହିତ ଯେ କେତେ ଦିନ

ଦେବକୀ ପୁତ୍ର ଦେଲେ ଜନ୍ମ ।

ଛ' ପୁତ୍ରକୁ ହତ୍ୟା କଲା

ତଥାପି ଶାନ୍ତ ସେ ନୋହିଲା ।

ସପ୍ତମ ଗର୍ଭ ଛଳ କରି

ଯୋଗମାୟା ଯେ ନେଲେ ଧରି ।

ରୋହିଣୀ ଗର୍ଭେ ରଖି ଦେଲେ

ଏ କଥା କେହୁ ନଜାଣିଲେ ।

ପୁଣି ସମୟ ଆସେ ଧୀରେ

ଅଷ୍ଟମ ସନ୍ତାନ ଗର୍ଭରେ ।

ଭାଦ୍ରବ କୃଷ୍ଣ ପକ୍ଷ ଥିଲା

ଅଷ୍ଟମ ତିଥି ଯେ ହୋଇଲା ।

ଦେବକୀ ବସୁଦେବ ବସି

ବୋଲନ୍ତି ବେଳ ହେଲା ଆସି ।

ତୁମ୍ଭଙ୍କୁ ତୁମ୍ଭେ କର ରକ୍ଷା

ଏହି ଆମ୍ଭର ଶେଷ ଭିକ୍ଷା ।

ଜନ୍ମ ହୋଇଲା ଯେ ସନ୍ତାନ

ଚତୃର୍ଦ୍ଧା ମୂର୍ତ୍ତି ଯେ ଧାରଣ ।

ବୋଲନ୍ତି ମାଧବ ଆନନ୍ଦେ

ହେ ପିତା ଚରଣ ମୁଁ ବନ୍ଦେ ।

ତୁମ୍ଭର କର୍ମ ଶେଷ ହେଲା 

ମୋ ଲୀଳା ଆରମ୍ଭ ହୋଇଲା ।

ଆନନ୍ଦ ଉଲ୍ଲାସେ ହୋଇଣ

ପୁତ୍ରକୁ କୋଳରେ ଧରିଣ ।

ଆପଣା କର୍ମ ସମାପନେ

ଚିତ୍ତ ଲଗାନ୍ତି ହରି ନାମେ ।


Rate this content
Log in

Similar oriya poem from Classics