STORYMIRROR

Premalata Giri

Classics

3  

Premalata Giri

Classics

ବିଜୟା ଦଶମୀ

ବିଜୟା ଦଶମୀ

1 min
227


  

ଶରତଶୀତଳା ଋତୁ ମହୋତ୍ସବ

 ଚୋରା କାକରରେ ଦିଶେ

କାଶତଣ୍ଡି ମଣ୍ଡି ଗଭାରେ ଶୁଭ୍ରତା

  ଶୁଭଝୋଟି ପରି ଦିଶେ। 


ଆଶ୍ୱିନଶୁକ୍ଳର ପ୍ରତିପଦାଠାରୁ

  ନବଦିନ ଆବାହନେ

ଶେଷେ ଦଶହରା ବିଜୟାଦଶମୀ

 ପୂଜା ନବଦୁର୍ଗା ବିଜେ। 


ଦୁର୍ଗତାନାଶିନୀ ସିଂହବାହିନୀ ମା

  ସିଦ୍ଧିଦାତ୍ରି ଶକ୍ତି ରୂପେ

ଦୁଷ୍ଟ ଶକ୍ତି ପରେ ବିଜୟପ୍ରାପ୍ତି ର

 ପ୍ରାମାଣିକ ପୂଜା ଅଟେ। 


ଶାସ୍ତ୍ର ରେ ବର୍ଣ୍ଣିତ ପ୍ରବଳପ୍ରତାପି

  ମହିଷାସୁର ଭୟରେ

ଥରହର ଥିଲେ ଦେବତାର ଗଣ

  ଶକ୍ତିଶାଳୀ ବ୍ରହ୍ମାବରେ। 


ଦୁଃଖ ଦୁର୍ଗତିର ଉପସମ ଆଶେ

ଦେବତା ଗଣ ସ୍ମରିଲେ

ସ୍ତୁତିଶୁଣି ମା ପ୍ରକଟିତ ହେଲେ

 ଶୈଳସୁତା ନାମ ନେଲେ । 


ସେ ମା ସ୍ୱାହା ସ୍ୱଧା ଓଁକାର ସ୍ୱରୂପା

ଦଶମହାବିଦ୍ୟା ଅଙ୍ଗେ

ଆଦିଶକ୍ତି ମା ମହାମାୟା ଶକ୍ତି

 ଦ୍ରୁଶ୍ୟମାନ ଦଶଭୁଜେ। 


ସିଂହବାହିନୀ ଭବାନୀ ଶିବାନୀ

 ବଦ୍ଧିଲେ ମହିସାସୁରେ

ସେଦିନୁ ନାମରେ ମହିଷା ମର୍ଦ୍ଦିନୀ

ଜୟ ଜୟ ଜଗଦ୍ୱମେ।


ଦୁର୍ଗା 'ଙ୍କ କ୍ରୁପାରୁ ରାମ ରାବଣକୁ

 ବଦ୍ଧିଥିଲେ ଲଙ୍କାପୁରେ

ଦଶମୁଖ ନାଶ ଦଶମୀତିଥିରେ

 ତାତ୍ପର୍ୟ୍ଯର ଅନୁକୁଳେ। 


ଶାନ୍ତି ଉପାସନା ଅନ୍ତଚେତନାରେ

 ପାର୍ବଣର ଶକ୍ତି ପୀଠେ

ଅଭୟଦାୟିନୀ ସଂହାର କାରିଣୀ

 ସାଷ୍ଟାଙ୍ଗ ମା ପ୍ରଣିପାତେ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics