STORYMIRROR

Premalata Giri

Classics

4  

Premalata Giri

Classics

ଶ୍ରାବଣ

ଶ୍ରାବଣ

1 min
438


ଶ୍ରାବଣ ମେଘରେ

ଜୀବନର ଚିତ୍ର

ଝରଝର ଯାଏ ବରଷି

ଭିଜିଲା ମାଟିର ଓଠରେ ଦରଦ

 ସବୁଜ ସ୍ୱପ୍ନରେ ତରସୀ। 


ଚର୍ତୁମାସ୍ୟା ବ୍ରତ

ଜଳ ଅଭିଷେକ 

ଜୟ ଜୟ ଶିବା ପତି

କଉଡିଆ ଭାଇ କାଉଡି କାନ୍ଧେଇ

ମାନସିକେ କରେ ବୀନତି । 

କ୍ଷେତବାଡିବିଲ

ଖୋଜୁଥାଏ ମୂଲ୍ଯ

ଚଷାଭାଇ ହାତ ହାତେଇ

ଓଢଣୀ ଆଡେଇ କଇଁପୁଲରାଣୀ

 ହସୁଥାଏ ମୁହଁ ଲୁଚେଇ। 


ଶ୍ରାବଣୀ ଶ୍ରାବଣ

ଭାରି ତପୋମୟ

ଶ୍ରବଣା ନକ୍ଷତ୍ର ଆଭାରୀ

ଚାରୁ ଚିତ୍ର ମୟ ପ୍ରକୃତି ସୁନ୍ଦରୀ

 ମଧୁମୟ ପ୍ରୀତି ଆବୋରୀ


ଚିତାଲାଗି ହୁଏ

ଅମାବାସ୍ଯା ଦିନ

ଧଳା, ନୀଳ ରଂଗ ନାଲି

ତିନିଠାକୁରଙ୍କ ଲୀଳାମୟ ରୂପ

ଅପୂର୍ବ ସୁନ୍ଦର ଠାଣି। 

ଶ୍ରାବଣ ସନନ୍ଦ

   ଅଟେ ମହାନନ୍ଦ

ଗହ୍ମାପୂର୍ଣିମା ର ଡୋରୀ

 ଶୁଖିଲା ନଈଟିଭରା ଯୌବନରେ

 ବନ୍ଧବାଡେ ମାନମାରୀ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics