STORYMIRROR

Premalata Giri

Classics

4  

Premalata Giri

Classics

ଜୀବନ୍ତ ଈଶ୍ବର

ଜୀବନ୍ତ ଈଶ୍ବର

1 min
264


ଏ ଆଲୋକ, ଆକାଶ ଆଉ

 ଏ ମାଟିକୁ ଯେ ଚିହ୍ନେଇ ଦେଲା

  ସେ ମୋର ମା , ଠାରୁ

କିଏ ବଡ ଅଛି ଦୁନିଆ ରେ

  ଯେ ଖାଲି ଦେଇଜାଣେ

   ମାଗେ ନାହିଁ କେବେ 

     ମମତା ଭିତରେ। 

ଏ ପଥ  ପ୍ରାନ୍ତ ନଈବାଲିଦେଇ

ସମୟର ଶ୍ରଦ୍ଧା ସାଥେ 

ହାତଧରି ଯେ ଚାଲି ଶିଖେଇଲେ

  ସେ ମୋର ପିତା 

ମହାନୁଭବର ଭବ୍ୟ ଧର୍ମ

  ସମାଜର ସ୍ୱକ୍ରୁତି ରେ। 

 ଈଶ୍ବରଙ୍କ ପରି

 ଈଶ୍ବରଙ୍କ ପାଇଁ, ଈଶ୍ବରଙ୍କ ଦେଇ

  ଶୁଭ ନାମ ପିତାମାତା 

  ଚଳନ୍ତି ଦେବତା 

  ଖରା ବର୍ଷା ଶୀତକାକରରେ।

 ଇଛା ଅନିଚ୍ଛା ର ସମସ୍ତ ପାର୍ବଣ

   ପାପ ପୂଣ୍ୟ ର ସବୁ ପର୍ବ

  ତାଙ୍କରି ନାମରେ ଆରମ୍ଭ

  ତାଙ୍କରି ନାମରେ ହିଁ ଶେଷ

    ଆଶା ନିରାଶା ଭିତରେ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics