STORYMIRROR

Debadatta Jena

Classics Inspirational

4  

Debadatta Jena

Classics Inspirational

ସଂକଳ୍ପ

ସଂକଳ୍ପ

2 mins
485

ଶିକ୍ଷକ..

ମାର୍ଗ ଵି,ମାର୍ଗ ଦର୍ଶକ ଵି..

କେଉଁ ଗୁରୁ ଗମ୍ଭୀର ଅନୁଶାସନର

କାର୍ମିକ ପାରିତୋଷକ,ପୃଷ୍ଟ ପୋଷକ ନୁହଁନ୍ତି,

ବାସ୍ତବରେ କର୍ତ୍ତବ୍ୟ ନିଷ୍ଠ,କର୍ମ ପରାୟଣାତାର

ମୂର୍ତ୍ତିମନ୍ତ ପ୍ରତୀକ,ବଳିଷ୍ଠ ଦିଗ ବରେଣୀ,

ସୁପ୍ରତିମ,ନିରଳସ ସାଧକ..!

ଶିକ୍ଷକ..

ପୂର୍ଣ୍ଣାତ୍ପରଃ ଵି,ପରାତ୍ପରଃ ଵି..

କେଉଁ ପ୍ରଗଳ୍ଭ,ଗୁରୁ ଗମ୍ଭୀର ସମ୍ଭାଷଣର 

ନିଚ୍ଛକ ଉତ୍ପ୍ରେକ୍ଷକ,ବା ଉଦଘୋଷକ ନୁହଁନ୍ତି,

କୋମଳ ବିନୟ ମଧୁର ବଚନାମୃତ ଦୃତ,

ପ୍ରଖର ବାକ୍ ପଟୁତା,ବାକ୍ ସଂଯମତା

ବିଜ୍ଞତାର ନିରବଛିନ୍ନ ପୂଜକ..!

ଶିକ୍ଷକ..

ଅଭିଭାବକ ଵି,ପୃଷ୍ଟ ପୋଷକ ଵି..

କେଉଁ ଅସୀମିତ ଓଜସ୍ୱିନୀ ସମ୍ଭାଷଣର 

ବିମୁଢ଼ ବାଗ୍ଦେଦାତ୍ତା,ପରିମାର୍ଜିତ ଶ୍ରେଷ୍ଠ ନୁହଁନ୍ତି,

ଯଶସ୍ବୀ,ବାଗ୍ମୀ ପ୍ରବର, ଜ୍ଞାନ ପିପାସୁ ଲବ୍ଧ,

ପ୍ରବଳ ପାଣ୍ଡିତ୍ୟର ଅଖଣ୍ଡ ପୂଜାରୀ,

ପ୍ରବର ଆତ୍ମ ସଂଯମୀ,ସୁ ମିଷ୍ଟ ଭାଷୀ,

ଆତ୍ମାନୁରାଗୀ ଛାତ୍ରନୁରଂଜକ,

ମହାନୁଭବ ଦିଗଦର୍ଶକ..!

ଶିକ୍ଷକ...

ପ୍ରେରଣା ଵି,ଅନୁ ପ୍ରେରଣା ଵି..

ଯାହାଙ୍କ ଆଦର୍ଶ କର୍ମ ନୈପୁଣ୍ୟତାରେ ଥାଏ 

ବାସ୍ତବିକ ନୀତି, ନୈତିକତା,ଆଦର୍ଶ

ଅନୁଶାସନ ଏବଂ ବାସ୍ତବ ଦିଗ ନିର୍ଣ୍ଣୟର ସୂତ୍ର,

ଆଳସ୍ୟରୁ ଉର୍ଦ୍ଧ, ଦିବ୍ୟ, ବିଚାରବନ୍ତ,

ଯଥୋଚିତ ମାର୍ଗ ଦର୍ଶନର ପ୍ରଜ୍ଞା,

ମନ୍ତ୍ର ଦ୍ରଷ୍ଟାର ପରିଚାୟକ..!

ଶିକ୍ଷକ..

ମାର୍ଗ ଦର୍ଶକ ଵି,ପଥ ପ୍ରଦର୍ଶକ ଵି..

ଯାହାଙ୍କ..

ଦିବ୍ୟ ସାନ୍ନିଧ୍ୟରେ ପଙ୍ଗୁ ଲଂଘୟତେ ଗିରି,

ମୁକଂ କରୋତି ବାଚାଳ,ପ୍ରଖର କୃପା, ଦୀକ୍ଷା 

ବଳରେ ଯିଏ ଆକାରକୁ ସାକାର ଏବଂ

ସାକାରକୁ ନିରାକାର, ସ୍ୱୟଂକାର,

ସ୍ଵୟଂଭୂ ସମ୍ଭୂତରେ ପରିଣତ କରି ପାରେ,

ଶିକ୍ଷକ, କରିତ୍ କର୍ମା, ଯୁଗ ସ୍ରଷ୍ଟା,

ଯୋଗ ଜନ୍ମା ସଂସ୍ଥାପକ..!

ଶିକ୍ଷକ..

ସୃଷ୍ଟି ସର୍ଜନ ଵି,ଜ୍ଞାନାଞ୍ଜନ ଵି...

କର୍ତ୍ତା,କର୍ମ ଵି ଓ ଧର୍ମ ଧାରଣରେ 

ତାରଣ,କାରଣ,ଉଦ୍ଧାରଣ,ନିବାରଣ ଵି,

ଗୁରୁ ବିନା ଜ୍ଞାନ,ଜ୍ଞାନ ହୀନ ଜୀବନ,

ପ୍ରଜ୍ଞା ହୀନ ଶିକ୍ଷା,ବୁଦ୍ଧି ହୀନ ବୃତ୍ତି,

ପ୍ରବୃତ୍ତିରୁ ନିବୃତ୍ତି, ଅବନତିରୁ ଉନ୍ନତି,

ନିର୍ବିଶେଷ,ନିର୍ବିକଳ୍ପ ଇୟତ୍ତାର 

ଧୀ ସମ୍ପନ୍ନ, ପୃଷ୍ଟ ପୋଷକ..!

ଶିକ୍ଷକ..

ଆଲୋକ ଵି,ଜ୍ଞାନାଲୋକ ଵି..

ବିଦ୍ୟାଧ୍ୟୟନ ଅନଳ ଵି,ଦାବାନଳ ଵି,

ଜ୍ୟୋତି ବିନା ଜୋତ,କେଉଁ କକ୍ଷ୍ୟଚ୍ୟୁତ

ଉଲକା ପିଣ୍ଡ ସଦୃଶ,ଶିରଚ୍ଛେଦ ସାର,

ଯସ୍ୟ,ତସ୍ୟ ମାତ୍ର,ବିନା ମହାକର୍ଷଣେ,

ନାଁ ମହତ୍ୱାକର୍ଷଣ,ନାଁ ଗୁରୁତ୍ୱାକର୍ଷଣ,

ନାଁ ଅଶିକ୍ଷାରୁ ମୁକ୍ତି ଅବା କେଉଁ ବିମୁକ୍ତି,

ନାଁ ମୋକ୍ଷ,ନାଁ ପ୍ରତି ମୋକ୍ଷ, ଅପ୍ରାପ୍ତି,

ଗୁରୁ ସଂସ୍କାର ଯୁକ୍ତ,ଅବଧାରକ..!

ଶିକ୍ଷକ..

ଆଲୋକ ବର୍ତ୍ତିକା..

ଶିକ୍ଷା ବିନା ସଂସ୍କାର..

ଶିରୋ ନାସ୍ତି, ଶିରୋପୀଡ଼ା,

ମୃତ୍ୟୁବତ୍,ଆପାଦ ଶରୀର,ଛିନ୍ନ ମସ୍ତ,

ଯାବତ୍ଜୀବନ ଅପରିପକ୍ୱ, କ୍ଳୀବ ସ୍ୱରୂପ,

ବିନାଲୋକେ ଜୀବନ ଅନ୍ଧକାରାଛନ୍ନ,

ନିର୍ଜୀଵ, ଜଡ଼ ସଦୃଶ, ଅପରିଚ୍ଛନ୍ନ,

ଶିକ୍ଷକ, ତ୍ରାଣ କର୍ତ୍ତା, ରକ୍ଷକ

ଅତଏବ,ସଂସ୍କାରକ..!

ଅତଃ..

ଶିକ୍ଷକ,ଜ୍ଞାନାଲୋକ..

ସୁଦକ୍ଷ ଵି,ସସକ୍ଷ, ନିରପେକ୍ଷ ଵି,

ଜ୍ଞାନ ଜ୍ୟୋତି ପ୍ରଜ୍ଜ୍ୱଳନର ପ୍ରତୀକ,

ଅଜ୍ଞାନ, ଅନ୍ଧକାର ନାଶକ ସ୍ଵକୀୟ,

ଧାତା, ତାତା ବିଧାତା ଵି,

ସ ବିଦ୍ୟା ବିମୁକ୍ତୟେ, ଅପସଂସ୍କାର,

କୁଶିକ୍ଷା,ଅପଶିକ୍ଷା,ଅନ୍ଧ ବିଶ୍ୱାସ

ନାଶକ,ଆତ୍ମଜ୍ଞାନୀ,ଦିବ୍ୟ ଜ୍ଞାନୀ, ବ୍ରହ୍ମ

ବିଦ୍ୟା ମାର୍ଗର ଦୈବୀ ସ୍ୱରୂପ,

ଭାଗ୍ୟ ଭବିଷ୍ୟ ନିର୍ଣ୍ଣାୟକ..!

ଶିକ୍ଷକ..

ସ୍ଵୟଂଭୂ ଵି, ଶୁଭ ଶମ୍ଭୁ ଵି..

ସ୍ୱୟଂ ସଂସ୍କାରି ଵି,ସଂସ୍କାରକ ଵି,

ସେ ତାରକ ଵି,ଆଉ ତାରଣ ଵି..

ଵିଧି ବିଧାନ ଵି, ଵିଧି ନିୟନ୍ତ୍ରକ ଵି,

ଶିକ୍ଷା ଦାନ ପୁଣ୍ୟେ ସମାଜ ସୁଧାରକ ଵି

ସକଳ ଭବିଷ୍ୟ ନିର୍ଣ୍ଣୟ,ନିର୍ଣ୍ଣାୟକ ଵି

ଶିକ୍ଷକ,ବୋଧି ଦୀପ୍ତ, ବୋଧିସତ୍ତ୍ୱ,

ତେଣୁ ଶିକ୍ଷା ଏବଂ ଶିକ୍ଷକ,

ସ୍ୱତଃ ଦୃଢ ସଂକଳ୍ପ..!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics