STORYMIRROR

Debadatta Jena

Abstract Tragedy Action

4  

Debadatta Jena

Abstract Tragedy Action

କଳଙ୍କିନୀ

କଳଙ୍କିନୀ

2 mins
790

ହଁ ମୁଁ କଳଙ୍କିନି..

ପତିତା, ପରିତ୍ୟକ୍ତା, ବୁବୁକ୍ଷା,

ସମାଜର ଏଇ ବଦ୍ଧ ଭୂମିରେ..

ନିଷ୍ପେସିତା, ପ୍ରପୀଡ଼ିତା, ପ୍ରଜ୍ଜଳିତା

ବାର ନାରୀର ବିଭୂଷିତ ମୋ 

ଅଙ୍ଗ ପ୍ରତ୍ୟଙ୍ଗ ଆଭୂଷଣରେ..!

ମୁଁ ନଷ୍ଟ ଚରିତ୍ରା..

କାମାତୁର କିଛି ନର ରାକ୍ଷସ

ମାନଙ୍କ ବଳିଷ୍ଠ ବାହୁ ବାନ୍ଧନୀରେ,

ମୁଁ ଦିଗ ଭ୍ରଷ୍ଟା, ଦୁରାଚାରିଣୀ 

ପାପ ପଙ୍କିଳ ଏ ପରିବେଷ୍ଟିନିରେ,

ମୋ ବକ୍ଷରେ ପ୍ରତିହତ

କମାସକ୍ତ, ଲୋଭଗ୍ରସ୍ତ ନର ପିଶାଚ

ମାନଙ୍କର ଲୋଲୁପ ଦୃଷ୍ଟିର 

ସେ ଜିହ୍ୱା ଲାଳସାରେ..!

ହଁ, କହିପାର..

ମୁଁ ଦୋଚାରୁଣୀ,ଦୁର୍ଦକ୍ଷା

କାମନା, ବାସନାକୁ ଚରିତାର୍ଥ

କରି ପାରୁଥିବା ଦୁଷ୍ଟା ନାୟିକା,

କିନ୍ତୁ କେବେ ଦେଖିଛକି,

ମୋ ଚତୁର୍ପାଶ୍ୱରେ ଆତଯାତ ଅନେକ

ସ୍ୱାନ ଶୃଗାଳ ମାନଙ୍କର ଭିଡ଼କୁ,

କିଛି କ୍ଷୁଧାର୍ଥ ମାନଙ୍କର ଅସମ୍ଭବ

ତାଡନାକୁ, ଯାତନାକୁ..!

ମୁଁ କିନ୍ତୁ ଠିକ୍ ଚିହ୍ନିଚି ସେଇ ମାନଙ୍କର 

ପାଶବିକତାକୁ, ଅତ୍ୟାଚାରକୁ,

ଭଦ୍ର ମୂଖା ତଳେ ଲୁଚି ଥିବା ଜର୍ଜରିତ

ପ୍ରଲମ୍ଭାସୁର ପୈଶାଚର ଲୋଲୁପ

କୋପ ଦୃଷ୍ଟିର ଅବଲୋକନକୁ 

ପ୍ରତି ମୁହୂର୍ତ୍ତରେ,ପ୍ରତି ଗଳି, ଅର୍ଗଳି,

ଅନ୍ଧ ଗଳିରେ,ସେଇ ସୈତାନ ରୂପୀ 

ଚେହେରା ମାନଙ୍କୁ,ସ୍ୱଚକ୍ଷୁରେ 

ଅତି ସନ୍ତର୍ପଣରେ, ନିର୍ବିଘ୍ନରେ..!

ହଁ, ହେଇ ପାରେ ମୁଁ..

ଏ ସମାଜ ଆଖିରେ କେଉଁ

ଏକ କଳଙ୍କିନି ଆଖ୍ୟା ପାଇଥିବା

ଘୃଣ୍ୟ ନାରୀ,ଜୀବନ୍ତ ଶବ..

ଦାରୀ..ଦେହଜୀବି ଆଖ୍ୟାୟିକା ଧାରୀ..

କିଂତୁ, ସେ ଦେହର କଣ କିଛି ଅସ୍ତିତ୍ୱ

ନାହିଁକି..? ହେଇପାରେ ବୃନ୍ତଚ୍ୟୁତ,

କେଉଁ ଦେବତାଙ୍କ ପୂଜାରେ

ଲାଗି ନ ପାରୁଥିବା ଫୁଲ,

କିନ୍ତୁ କାହିଁକି..?

ଫୁଲର ଦୋଷ କଣ..?

ସେ କଣ ମାଟିରୁ ଶ୍ୱେତସାର,

ପୃଷ୍ଟିସାର, କଣିକା ଗ୍ରହଣ କରେନି କି,

ଫୁଲ ହେଇ ଫୁଟିବା କଣ ତାର 

ସୀମା,ପରିସୀମାର ବାହାରେ କି,

ସେ କଣ ସମାନ ଭାବରେ ମଞ୍ଜିରୁ

ଗଛ, ଗଛରୁ ଫୁଲ,ଫଳ,ଆଲୋକ

ପାଣି ପବନରେ ବଢୁଥିବା ହୃଦୟ

ଆତ୍ମା, ପରମାତ୍ମାରେ ଗଢ଼ା ନୁହେଁ କି,

ତେବେ ତା'ର କଣ ବଂଚିବାର

ଅଧିକାର ନାହିଁ କି..??

ସକଳ ଶକ୍ତିର ଆଧାର ତ ଏଇ 

ସୂର୍ଯ୍ୟ ଦେବ, ସେ ଵି ତ ଅନ୍ଧକାରର

ବଶବର୍ତ୍ତୀ, ରୂପ ଜୀବି ।

ଚନ୍ଦ୍ରର ଵି କଳଙ୍କ ଅଛି, ସର୍ବଂସହା

ଧରିତ୍ରୀ, ସେ ଵି ତ ପୁଣି

ଘନ କାଳିମାରେ ଆଛାଦିତ,

ତେବେ,ସେ କାହିଁକି ସାମାଜିକ ସ୍ୱୀକୃତି,

ରୁ ବଂଚିତ ଏଇ ରକ୍ତ ମାଂସ ଧାରୀ,

ନର ପିଙ୍ଗଳର ଅପଖ୍ୟାତିର

ବଶବର୍ତ୍ତୀ, ପିଙ୍ଗଳା..!

ଶିବରୁ ଶବ ହେବା ବହୁତ ସହଜ,

କିନ୍ତୁ ଶବରୁ ଶିବ ହେବା,

କେତେ ଯେ କଷ୍ଟ, ମୋ ଭଳି

ଅନେକ ଏଇ ନାରୀ ବେଶଧାରୀ

ପିଙ୍ଗଳା ମାନଙ୍କୁ ହିଁ ଜଣା,

ଆମ ଠାରୁ ଏଇ ଘୃଣିତ ସମାଜ

କେବଳ ନେଇ ଜାଣିଛି,

ଦେଇ ଜାଣିନି,

କଣ ଦେଇଛି, ଦେଇଛି ତ କେବଳ

କିଛି ଇର୍ଷା ଅସୂୟାର ବାର୍ତ୍ତା,

ଘୃଣିତ, ହେୟ ମନୋବୃତିର

ପରମ୍ପରା, ଅନାକାଂକ୍ଷିତ

କଦର୍ଯ୍ୟ ବ୍ୟଭିଚାର ଓ

ହୀନ ମାନ୍ୟତା..!

ଏଇ କଳଙ୍କ ବୋଲି

ତୁମେ କାହାକୁ ନାମିତ କରୁଛ

ହେ ଧୃତ ପୃଷ୍ଟ ପୋଷକ ମାନେ,

ଥରେ ଭଲ କରି ଚାଁହିଁ ଦେଖ ତୁମର 

ସେ ସଭ୍ୟ ଶିକ୍ଷିତ ସମାଜକୁ, ଯେଉଁଠି 

ତୁମର ସେଇ ତଥା କଥିତ ସମାଜ

ଆଜି ମୁଣ୍ଡ ଟେକି ବାଟ ଚାଲି ପାରୁଛି,

କେଉଁ ପୂତି ଗଂଧ ମୟ ନରକ ଠାରୁ

ଵି କମ୍ ନୁହେଁ, ଯେଉଁଠି ପ୍ରତି ଦିନ

ପ୍ରତି ରାତି କିଛି ଅବଳା, ଦୁର୍ବଳା ମାନେ

ନିତି ବଳି ପଡୁଛନ୍ତି ନଭଶ୍ଚୁମ୍ବୀ 

କଂସେଇ ଖାନାରେ, ତିଳ ତିଳ ହେଇ,

ସେ ସମଗ୍ର ନର୍କକୁ ନିଜର ଦେହର

ଲହୁ ଲୁହ ଦେଇ ନିର୍ବାପିତ କରୁଛନ୍ତି

କାମନା ବାସନାର ଲେଲିହାନ ଜିହ୍ୱାକୁ,

ନିଜର ସାମଗ୍ରୀକ ସତ୍ତାକୁ ଜଳାଞ୍ଜଳି

ଦେଇ ନର୍କରୁ ନିର୍ମାଲ୍ୟରେ 

ପରିଣତ କରି ପାରୁଛି ତ ଏଇ ନାରୀ

ରୂପ ଧାରୀ କିଛି କଳାଙ୍କନୀ

ମାନଙ୍କ ପାଇଁ,

ଯେଉଁ ଚରମ ତୃପ୍ତିର ଆସ୍ୱାଦନରେ

ତୁମର ଏଇ ଭଣ୍ଡ ସମାଜ

ନୀତି ନିୟମର ଡୁଙ୍ଗୁରା ପିଟୁଛି,

ସେଇ ଅପସଂସ୍କାର ଶୃଙ୍ଖଳକୁ କଷଟି

ପଥରରେ ଘଷି ପରିମାର୍ଜିତ

କରୁଛନ୍ତି ତ ଏଇ ଦାନବୀ ମାନେ,

ସମାଜ ସଂସ୍କାରକଙ୍କ 

ଠାରୁ କେଉଁ ଗୁଣରେ ଵି କମ୍

ଏଇ ଦୁଲଣୀ ମାନେ..!,

ମନେରଖ..

ତୁମେ ମାନେ ସ୍ୱୀକୃତି ପ୍ରାପ୍ତ

ମୋହ ଜୀବି,ଆଉ ଆମେ..

ଅଣ ସ୍ୱୀକୃତି ପ୍ରାପ୍ତ ଦେହଜିବୀ,

ପାର୍ଥକ୍ୟ କେଉଁଠି..

ତୁମେ ଶୃଙ୍ଖଳିତ ଧରାବନ୍ଧା ନିୟମରେ

ତ ଆମେ ବିଶୃଙ୍ଖଳିତ କେଉଁ

ନିରୁଦ୍ବିଘ୍ନ ଅତିଶୟ ଯନ୍ତ୍ରଣାରେ,

ହେଲେ ଏକଥା ଯେତେ

ଅସ୍ବୀକାର କଲେ ଵି ଦିନେ ସ୍ୱୀକାର

କରିବାକୁ ବାଧ୍ୟ ହେବ..

ଏହା ନିଃସନ୍ଦେହ..।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract