STORYMIRROR

Illa Kanungo Mohapatra

Abstract Inspirational

3  

Illa Kanungo Mohapatra

Abstract Inspirational

ସମ୍ପର୍କ

ସମ୍ପର୍କ

1 min
221

ଜୀବନର ମୂଲ୍ୟବୋଧ ଅନେକ

କଲ୍ଲୋଳିତ ହୃଦୟର ଉଛୁଳା ଢେଉ ହେଉ

କି ବିଚଳିତ ହୃଦୟର ଅମାନିଆ କୋହ

ଏସବୁକୁ ସହଜରେ ସମାହିତ କରିଦିଏ

ଗୋଟେ ଛୋଟିଆ ସମ୍ପର୍କ ll


ସେଇ ସମ୍ପର୍କ..

ଜୀବନର ଅଙ୍କା ବଙ୍କା ରାସ୍ତାରେ

ଯିଏ ଶୀତଳ ଛାଇଟେ ପରି ll


ଆଉ ପୁଣି କିଛି ସମ୍ପର୍କ.

ହାଲକା ଝଡ ତୋଫାନରେ

ମୁଣ୍ଡ ଉପରୁ ଉଡିଯାଇଥିବା

ଛପର ପରି ll


କିଛି ଅତି ସହଜରେ ସଜାଡି ହୁଏ

ଆଉ କିଛି ମୁଠାକୁ ଜାବୁଡି ଧରିଲେ ବି

ହାତରୁ ଖସିଯାଏ

ପାଣି ପରି ବହିଯାଏ ll


ବୁଝିବାକୁ ପଡ଼େ

ନିଜ ଅନ୍ତରକୁ ବୁଝାଇବାକୁ ପଡ଼େ

ଜୀବନରେ ସମ୍ପର୍କ ଟି ଭାରି ମୂଲ୍ୟବାନ

ହେଲେ ସମ୍ପର୍କର ମୂଲ୍ୟ

କେବେ ଆତ୍ମସମ୍ମାନ ନୁହେଁ ll




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract