STORYMIRROR

Illa Kanungo Mohapatra

Tragedy Classics

3  

Illa Kanungo Mohapatra

Tragedy Classics

ଝୁରୁଛି ସେ ଚିତ୍ରଲେଖା

ଝୁରୁଛି ସେ ଚିତ୍ରଲେଖା

1 min
188


ଅଭିମାନିନୀ ସେ ଚିତ୍ରଲେଖା ଆଜି

ଝୁରୁଛି ତୁମକୁ , ହେ ଅକ୍ଷୟ......

କାହିଁ ଗଲ ଚାଲି ସେ ନିଷ୍ଠୁର ଦେଶକୁ

ତୁମେ ପରା ତାର ପରଚୟ.....

କିଏ ସେ ଭରିବ ଚନ୍ଦ୍ରମଲ୍ଲି ହସ

କିଏ ସେ ଭରିବ ଲାଜ....

ବହି ଆସେ ଲୁହ ହୃଦୟ ବୁକୁରୁ

କିଏ ସେ କରିବ ସଜ....

ତୁମରି ଶବ୍ଦର ସ୍ପର୍ଶରେ ସିନା

ଚିତ୍ରଲେଖା ହୁଏ ସଜ...

କଲମ ମୁନରେ ଆଙ୍କିଦେଉଥିଲ

ତା ଆଖି ପଲକେ ଲାଜ....

ତୁମରି ସାହାସେ କରୁଥିଲା ସିନା

ଚିତ୍ରଲେଖା, ପ୍ରେମ ଚୁକ୍ତି

ତୁମେ ଗଢ଼ିଥିଲ ସେ ଚିତ୍ରଲେଖାକୁ

ଭରି ଦେଇ ପ୍ରେମ ଶକ୍ତି...

ସଂଗୀତ ମାଳାରେ ଗୁନ୍ଥି ଦେଉଥିଲ

ଚିତ୍ରଲେଖା ଓଠେ ହସ....

ଝୁରୁଛି ଆଜି ସେ ତୁମରି କଣ୍ଠର

ସେଇ ଯାଦୁକରୀ ସ୍ପର୍ଶ...

ସେଇ ଯାଦୁକରୀ ସ୍ପର୍ଶ...। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy