STORYMIRROR

Illa Kanungo Mohapatra

Romance Others

3  

Illa Kanungo Mohapatra

Romance Others

ମୃଣାଳ

ମୃଣାଳ

1 min
179

ମୃଣାଳ ର ପାଦସ୍ପର୍ଶ

ଏ ଧରା ବୁକୁରେ...

କୋମଳ କିରଣ ସ୍ପର୍ଶେ

ହସଇ ଜଳରେ.. ll

ଧୀରେ ଧୀରେ ଖୋଲୁଥାଏ

ତାହାର ନେତ୍ରକୁ...

ନେତ୍ରର ଜ୍ୟୋତିରେ ସ୍ପର୍ଶ

କରେ ସେ କାନ୍ତକୁ... ll

ନେତ୍ର ଖୋଲି ଦେଖେ ସିଏ

ତାର ଜୀବନ କୁ...

କାନ୍ତ ଛଡା ଚାହେଁ ନାହିଁ

କେବେ ସେ କାହାକୁ.... ll

କାନ୍ତ ଉଠିଲେ ତ ସିଏ

ଉଠେ ତା ଶଯ୍ୟାରୁ....

ଲାଗେ ପୁଣି ଉଠିଲା ସେ

ନିଜ ବନ୍ଦୀ ଘରୁ...... ll

ସମୟ ତ ଅରି ତାର

ଜୀବନ କାଳରେ...

ଗଡି ଯାଇ ଲୁଚିଯାଏ

ଦୂର ଆକାଶ ରେ.... ll

ପଶ୍ଚିମ ଆକାଶେ ଯେବେ

କାନ୍ତ ଲୁଚିଯାଏ..

ମୃଣାଳ ତା ନିଜକୁ

ନିଜେ ଢାଙ୍କି ଦିଏ.... ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance