STORYMIRROR

Illa Kanungo Mohapatra

Others

4  

Illa Kanungo Mohapatra

Others

କାଳିଆ କେବେ ଲାଗିବ ତୋ ଡୋରି

କାଳିଆ କେବେ ଲାଗିବ ତୋ ଡୋରି

1 min
368

ହେ କାଳିଆ,

କେବେ ଲାଗିବ ତୋ ଡୋରି

ଛୁଇଁନି କେବେଠୁ ବାଇଶି ପାହାଚ

ମନଲାଗେ ଭାରି ଭାରି

ହେ କାଳିଆ, କେବେ ଲାଗିବ ତୋ ଡୋରି.....।

ତୋ ଅଭଡ଼ା ଅନ୍ନ

ତୋ ଟଙ୍କ ତୋରାଣି

ଦେଖିନି କେବେଠୁ

ତୋ ବାଙ୍କ ଚାହାଣି

ମନଲାଗେ ଭାରି ଭାରି.

ହେ କାଳିଆ, କେବେ ଲାଗିବ ତୋ ଡୋରି....।

ତୋ ବଡ ଦାଣ୍ଡରେ

ଚାଲିବି ଖୁସିରେ

ଆନନ୍ଦ ବଜାରେ

ଖାଇବି ଖୁସିରେ

କରନା ତୁ ଆଉ ଡେରି

ହେ କାଳିଆ, କେବେ ଲାଗିବ ତୋ ଡୋରି....।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍