STORYMIRROR

Illa Kanungo Mohapatra

Others

4  

Illa Kanungo Mohapatra

Others

କାଳିଆ କେବେ ଲାଗିବ ତୋ ଡୋରି

କାଳିଆ କେବେ ଲାଗିବ ତୋ ଡୋରି

1 min
359

ହେ କାଳିଆ,

କେବେ ଲାଗିବ ତୋ ଡୋରି

ଛୁଇଁନି କେବେଠୁ ବାଇଶି ପାହାଚ

ମନଲାଗେ ଭାରି ଭାରି

ହେ କାଳିଆ, କେବେ ଲାଗିବ ତୋ ଡୋରି.....।

ତୋ ଅଭଡ଼ା ଅନ୍ନ

ତୋ ଟଙ୍କ ତୋରାଣି

ଦେଖିନି କେବେଠୁ

ତୋ ବାଙ୍କ ଚାହାଣି

ମନଲାଗେ ଭାରି ଭାରି.

ହେ କାଳିଆ, କେବେ ଲାଗିବ ତୋ ଡୋରି....।

ତୋ ବଡ ଦାଣ୍ଡରେ

ଚାଲିବି ଖୁସିରେ

ଆନନ୍ଦ ବଜାରେ

ଖାଇବି ଖୁସିରେ

କରନା ତୁ ଆଉ ଡେରି

ହେ କାଳିଆ, କେବେ ଲାଗିବ ତୋ ଡୋରି....।।


Rate this content
Log in