STORYMIRROR

Illa Kanungo Mohapatra

Romance

3  

Illa Kanungo Mohapatra

Romance

ପ୍ରେମ..

ପ୍ରେମ..

1 min
194

ପ୍ରେମ ଏକ ଜ୍ୟୋତି ଭରା

ସ୍ମୃତିର କାହାଣୀ...

ପ୍ରେମ ଏକ ସ୍ବପ୍ନ ଭିଜା

ନୟନର ଚାହାଣି... ll

ପ୍ରେମ ଏକ ବସନ୍ତର

ମୃଦୁ ମୃଦୁ ସ୍ପନ୍ଦନ...

ପ୍ରେମ ଏକ ପ୍ରାଣବିନ୍ଦୁ

ଜିତିଥିବା ଜୀବନ... ll

ପ୍ରେମ ଏକ ମଧୁମାସ

ଚୈତ୍ର ସମାନ...

ପ୍ରେମ ଏକ ସୀମାହୀନ

ନିଳୟ ସମାନ.... ll

ପ୍ରେମ ଏକ ଶାନ୍ତିଭରା

ଚନ୍ଦ୍ରର କିରଣ

ପ୍ରେମ ଏକ ଆଶୀର୍ବାଦ

ବଞ୍ଚିବାର କାରଣ.... ll

ପ୍ରେମ ଏକ ମହାଶକ୍ତି

ପନ୍ଥାର ସାରଥୀ

ପ୍ରେମ ଏକ ଦିବ୍ୟଶମ

ଜୀବନର ସାଥୀ.... ll


ପ୍ରେମ ଏକ ମତୁଆଲା 

ପାହାନ୍ତି ସକାଳ... 

ପ୍ରେମ ଏକ ଅନୁଭବ 

କରିଦିଏ ପାଗଳ... ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance