Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ତାରାପ୍ରସାଦ ଜେନା

Romance

3  

ତାରାପ୍ରସାଦ ଜେନା

Romance

ଆମ୍ବଚଣା କଷି ଥିଲୁ ହେଲୁଣି ଆମ୍ବ

ଆମ୍ବଚଣା କଷି ଥିଲୁ ହେଲୁଣି ଆମ୍ବ

1 min
192



ଆମ୍ବଚଣା କଷି ଥିଲୁ ହେଲୁଣି ଆମ୍ବ

ତତେ ଦେଖି ଖୁସ ଲାଗେ ଆଉଜି ଖମ୍ବ

..........ଆମ୍ବଚଣା କଷି ଥିଲୁ ହେଲୁଣି ଆମ୍ବ ! ୦ !


ନାକ ଦିନେ ପୋଛୁଥିଲୁ ଫରକ ଟେକି

ଆଜି କାଳେ ଚାଲିଯାଉ ଆଖିକୁ ଠକି

ବିଶ୍ୱାସର ସୁନ୍ଦରୀ ତୁ ଉଶ୍ୱାସର ଲମ୍ବ

..........ଆମ୍ବଚଣା କଷି ଥିଲୁ ହେଲୁଣି ଆମ୍ବ ! ୧ !


ମିଛକୁ ତୁ ଆଡ଼ରୁଷା ଖାଉଛୁ ଲଡୁ

ଆଖି ଠାର ମାରିଦେଲେ ମୁହଁକୁ ମୋଡୁ

ଦେହ ପାଇଁ ହିତ ତୁ ଲୋ ହୋଇଛୁ ଲିମ୍ବ

..........ଆମ୍ବଚଣା କଷି ଥିଲୁ ହେଲୁଣି ଆମ୍ବ ! ୨ !


ସପନକୁ ସତ କରି ଆସିଯା' ସଜ

ତତେ ଛାଡ଼ି କାହାକୁ ମୁଁ ଭାବିନି ନିଜ

ଆଙ୍କିଦେବି ଖୁସି ଚିହ୍ନ ତୋ ଓଠ ଶିମ୍ବ

..........ଆମ୍ବଚଣା କଷି ଥିଲୁ ହେଲୁଣି ଆମ୍ବ ! ୩ !





Rate this content
Log in

Similar oriya poem from Romance