Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ତାରାପ୍ରସାଦ ଜେନା

Others

4.5  

ତାରାପ୍ରସାଦ ଜେନା

Others

ଏଇଠି ଥିଲେ ଦୁରୁଗା ମାଆ

ଏଇଠି ଥିଲେ ଦୁରୁଗା ମାଆ

1 min
287


ଏଇଠି ଥିଲେ ଦୁରୁଗା ମାଆ କୁଆଡ଼େ ଗଲେ ବୁଲି

ଖଣ୍ଡାୟତର ଘରକୁ ବୁଲି ଖୁସିକୁ ଗଲେ ଭୁଲି

ସେଇ ଘରର ପୁଅଟା ଦେଖ ଜାଣିନି ବୁଲା ଖଣ୍ଡା

ଫରିକଛାରେ ଡାକିନି ମାଆ ଗେଫୁଚି କ୍ଷୀରି ମଣ୍ଡା ।


ଏଇଠି ଥିଲେ ଦୁରୁଗା ମାଆ କୁଆଡ଼େ ଗଲେ ବୁଲି

ଗୁଡ଼ିଆ ଘରେ ପହଞ୍ଚି ଯାଇ ଖୁସିକୁ ଗଲେ ଭୁଲି

ଗୁଡ଼ିଆ ଘର ପୁଅ ହାତରେ ହେଉନି ଶିରା କାମ

ମାଖରା ଆଜି ଭୋଗ ଲଗେଇ ମାଆର ଜପେ ନାମ ।


ଏଇଠି ଥିଲେ ଦୁରୁଗା ମାଆ କୁଆଡ଼େ ଗଲେ ବୁଲି

ତେଲିର ଘରେ ହାଜର ମାଆ ଖୁସିକୁ ଗଲେ ଭୁଲି

ତେଲିର ପୁଅ ତେଲକୁ ପେଡ଼ି ରଖୁଚି ଟଙ୍କା ଖୋପ

ମାଆର ଲାଗି ତେଲ ଟୋପାଟେ ଦେବାକୁ ନାହିଁ ଦୀପ ।


ଏଇଠି ଥିଲେ ଦୁରୁଗା ମାଆ କୁଆଡ଼େ ଗଲେ ବୁଲି

ବଣିଆ ଘରେ ପହଞ୍ଚି ମାଆ ସରାଗ ଗଲେ ଭୁଲି

ବଣିଆ ପୁଅ ହଟ ଚମଟ ସୁନାକୁ ବିକି ଜାଣେ

ମାଆ ମଥାକୁ ସୁନା ଚିତାଟେ ଦେଇନି ମନ ଅଣେ ।


ଏଇଠି ଥିଲେ ଦୁରୁଗା ମାଆ କୁଆଡ଼େ ଗଲେ ବୁଲି

ତନ୍ତୀ ଦୁଆରେ ପହଞ୍ଚି ମାଆ ଖୁସିକୁ ଗଲେ ଭୁଲି

ତନ୍ତୀର ପୁଅ ଶାଢ଼ିକୁ ବୁଣି କମାଏ ପୁଳେ ଟଙ୍କା

ମାଆ ପାଇଁକା କଳା ଶାଢ଼ିଟେ ଦେବାକୁ ହୁଏ ଶଙ୍କା ।


ଏଇଠି ଥିଲେ ଦୁରୁଗା ମାଆ କୁଆଡ଼େ ଗଲେ ବୁଲି

କାଚରା ଘରେ ପଶିଲେ ଯାଇ ଖୁସିକୁ ଗଲେ ଭୁଲି

କାଚରା ପୁଅ ବିକୁଚି କାଚ ରଖୁଚି ଧନ ସଞ୍ଚି

କାଚ ମୁଠାଟେ ମାଆକୁ ଦବ ମନରେ ନାହିଁ ପାଞ୍ଚି ।


ଏଇଠି ଥିଲେ ଦୁରୁଗା ମାଆ କୁଆଡ଼େ ଗଲେ ବୁଲି

ମାଳି ଦୁଆରେ ପହଞ୍ଚି ଯାଇ ସୁଖକୁ ଗଲେ ଭୁଲି

ମାଳି ପୁଅଟା ଫୁଲ ଚନ୍ଦନେ ଟଙ୍କାକୁ ଆଣି ଥୁଏ

ମାଆକୁ ଟିକେ ଫୁଲ ଚନ୍ଦନେ କରୁନି ସେବା ହାଏ ।


ଏଇଠି ଥିଲେ ଦୁରୁଗା ମାଆ କୁଆଡ଼େ ଗଲେ ବୁଲି

ବ୍ରାହ୍ମଣ ଘରେ ପଶିଲେ ଯାଇ ଖୁସିକୁ ଗଲେ ଭୁଲି

ବ୍ରାହ୍ମଣ ପୁଅ ଭୁଲା ମନ୍ତ୍ରରେ ଷୋଳପୂଜାକୁ ଯୋଡ଼ି

ଗୁଣୁରୁ ଗୁଣୁ ମାଆକୁ ଡାକି ଟଙ୍କାକୁ ନିଏ ଲୋଡ଼ି ।


Rate this content
Log in