ମଥା ଆଉଁସିକି ବଡ଼ କରିଥିଲି ଦରଦ ଦେଇକି କେତେ
ମଥା ଆଉଁସିକି ବଡ଼ କରିଥିଲି ଦରଦ ଦେଇକି କେତେ


ମଥା ଆଉଁସିକି ବଡ଼ କରିଥିଲି
ଦରଦ ଦେଇକି କେତେ
ମୁଁ କି ଜାଣିଥିଲି ଦରଦଟା ପୁଣି
ଦରଜ ହୋଇବ ମୋତେ
.........ମଥା ଆଉଁସିକି ବଡ଼ କରିଥିଲି
ଦରଦ ଦେଇକି କେତେ ! ୦ !
ହସ ଫୁଟୁଥିଲା ଓଠ ଦୁଇଧାରେ
ନୟନ ପୂରାଇ ଦେଖି
ସେଇ ହସ ପୁଣି ଲୁହ ବତୁରାଇ
କଲାଣି ଅନେକ ଦୁଃଖୀ
ଆପଣାର ଆଜି ପର ହୋଇଗଲା
କାହାକୁ କହିବି ସତେ
.........ମଥା ଆଉଁସିକି ବଡ଼ କରିଥିଲି
ଦରଦ ଦେଇକି କେତେ ! ୧ !
ଭାଷା ମୋର ଥିଲା ଆଶା ସୂରୁଯରେ
ଉଜ୍ଜ୍ୱଳ କରିବୁ କୁଳ
କୁଳ କଳଙ୍କରେ ନାମ ଲେଖେଇଲୁ
ଉଠୁଛି ପ୍ରାଣର ରୋଳ
କେମିତିକ
ା ଏଇ ଭାଗ୍ୟ ଦଶା ଖେଳ
ନିଷ୍ଠୁର ସମୟ ବିତେ
.........ମଥା ଆଉଁସିକି ବଡ଼ କରିଥିଲି
ଦରଦ ଦେଇକି କେତେ ! ୨ !
ଚିହ୍ନିଥିଲି ବୋଲି କହିବାକୁ ଆଉ
ଖୋଲୁନି ଆଉ ମୋ ପାଟି
ଶରଧାର ଫୁଲ ଦଳା ଚକଟାରେ
ମିଶିଲା ଲାଗୁଛି ମାଟି
ମନ୍ଦ ପଦେ କେବେ ବାହାରିନି ତୁଣ୍ଡେ
ତଥାପି ଭଲକୁ ତୋତେ
.........ମଥା ଆଉଁସିକି ବଡ଼ କରିଥିଲି
ଦରଦ ଦେଇକି କେତେ ! ୩ !
**********************************
ରଚନା: ତା.୨୨-୯-୨୦୨୦, ରାତ୍ରୀ-୯ଘ.୩୮ମି.
**********************************