Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ତାରାପ୍ରସାଦ ଜେନା

Others

3  

ତାରାପ୍ରସାଦ ଜେନା

Others

ଜଗନ୍ନାଥ ତୁମେ ପରମ ବ୍ରହ୍ମ

ଜଗନ୍ନାଥ ତୁମେ ପରମ ବ୍ରହ୍ମ

1 min
192


ଜଗନ୍ନାଥ ତୁମେ ପରମ ବ୍ରହ୍ମ

ଅନାଦି ଅନନ୍ତ ଅଚ୍ୟୁତ ଶ୍ରୀକାନ୍ତ

ଶରଣ ପଞ୍ଜର ମୁକତି ପ୍ରେମ 

ଜଗନ୍ନାଥ ତୁମେ ପରମ ବ୍ରହ୍ମ ।


ସଖା ସହୋଦୋର ବନ୍ଧୁ ପରିଜନ

ତୁମେ ପିତାମାତା ସକଳ କର୍ତ୍ତା

ତୁମେ ନିରାକର ନିର୍ଗୁଣର ଭେଦ

ବେଦର ଓଁକାର ଜଗତ ଭର୍ତ୍ତା

ନମୋ ନିରଞ୍ଜନ ନିତ୍ୟ ଭଗବାନ

ଗୁଣାତୀତ ପ୍ରଭୁ ପୁରୁଷୋତ୍ତମ

ଜଗନ୍ନାଥ ତୁମେ ପରମ ବ୍ରହ୍ମ ।


ଅବିନାଶୀ ସ୍ରଷ୍ଟା ଅଖିଳର ଦ୍ରଷ୍ଟା

ଅଣୁ ପରମାଣୁ ସୂକ୍ଷ୍ମର କ୍ରାନ୍ତି

ଚିନ୍ତା ଚୈତନ୍ୟର ତୁମେ ଜାଗରଣ

ଭକ୍ତି ଭାବନାର ଅପୂର୍ବ ଶାନ୍ତି

ଶ୍ରୀକ୍ଷେତ୍ର ସାମନ୍ତ ସତ୍ୟ ନାରାୟଣ

ଲୟ ବିଲୟର କାରଣ ଧର୍ମ

ଜଗନ୍ନାଥ ତୁମେ ପରମ ବ୍ରହ୍ମ ।


ଆତ୍ମାର ସ୍ବରୂପ ଅରୂପର ରୂପ

ଅଧାଗଢ଼ା ଦେହ ଧରିଛ ଦାରୁ

ମୋହନ ମୂରତି ଶ୍ରୀଧର ଶ୍ରୀପତି

ଅଚଳର ଚଳ ମହିମା ମେରୁ

ଲୀଳାମୟ ହରି ଦିବ୍ୟ ସତ୍ତାଧାରୀ

ସ୍ବୟଂ ଜଗଦୀଶ ଆଲୋକ ତମ

ଜଗନ୍ନାଥ ତୁମେ ପରମ ବ୍ରହ୍ମ ।


Rate this content
Log in