ମନରେ ଛବିକୁ ପାଖେ ରଖିନାହଁ ଫାଡ଼ିଦିଅ ମୋର ଛବି
ମନରେ ଛବିକୁ ପାଖେ ରଖିନାହଁ ଫାଡ଼ିଦିଅ ମୋର ଛବି


ମନରେ ଛବିକୁ ପାଖେ ରଖିନାହଁ
ଫାଡ଼ିଦିଅ ମୋର ଛବି
ଭାବନା ବହିରୁ ରୂପ ବୁଝିନାହଁ
କୁହନାହିଁ ଜମା କବି
..........ମନରେ ଛବିକୁ ପାଖେ ରଖିନାହଁ
ଫାଡ଼ିଦିଅ ମୋର ଛବି ! ୦ !
ଅନ୍ତର ସହିତ ଭଲ ପାଇନାହଁ
ଲୋକ ଦେଖାଣିଆ ଭାବ
ଛବିଟିଏ ନେଇ ପାଖେ ରଖିଦେଲେ
କେଉଁ ସୁଖ ଅନୁଭବ
ଗୁଣର ଭିତରେ ରାଣ ଦେଲ ନାହିଁ
ଥରୁଟିଏ ହେଲେ ଭାବି
..........ମନରେ ଛବିକୁ ପାଖେ ରଖିନାହଁ
ଫାଡ଼ିଦିଅ ମୋର ଛବି ! ୧ !
କଳ୍ପନାରେ ଲାଗେ ସବୁ ତ ସୁନ୍ଦର
ଜୀବନ୍ତରେ ବୁଝନାହିଁ
ମିଠା କଥା ହସେ ଛଳନାର ଭାଷା
ଦିଅନାହିଁ ଆଉ ଚାହିଁ
କବିର ହୃଦୟ ବୁଝିଲନି ଭଲା
ମରି କେତେ ବଞ୍ଚୁଥିବି
..........ମନରେ ଛବିକୁ ପାଖେ ରଖିନାହଁ
ଫାଡ଼ିଦିଅ ମୋର ଛବି ! ୨ !