Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ତାରାପ୍ରସାଦ ଜେନା

Others

4  

ତାରାପ୍ରସାଦ ଜେନା

Others

ଉଦୟ ଭାନୁର ପହିଲି କିରଣ ମଳିନ ପଡୁଛି ଧରା

ଉଦୟ ଭାନୁର ପହିଲି କିରଣ ମଳିନ ପଡୁଛି ଧରା

1 min
139



ଉଦୟ ଭାନୁର ପହିଲି କିରଣ

ମଳିନ ପଡୁଛି ଧରା

ଜ୍ଞାନର ଆଲୋକ ଅପସରି ଯାଏ

ମାତିଛି ଅଜ୍ଞାନ ଖରା

.......ଉଦୟ ଭାନୁର ପହିଲି କିରଣ

              ମଳିନ ପଡୁଛି ଧରା ! ୦ !


ପ୍ରହସନ ଆଜି ବିଚାର ବିମର୍ଷ

ମିଥ୍ଯାର ଖୋଲୁଚି ଚିଠା

ଦୁର୍ନୀତିର ଚାଲେ ବଡ଼ ପଲଟଣ

ନୀତିର ମୁହଁରେ ଅଠା

ସଇତାନ କରେ ବେଦପାଠ ଏଠି

ଧର୍ମକୁ ମିଳୁଛି କାରା

.......ଉଦୟ ଭାନୁର ପହିଲି କିରଣ

              ମଳିନ ପଡୁଛି ଧରା ! ୧ !


ସୁଖର ଆଶାଟା କଥାରେ ରହିଛି

ଭୋକିଲା ମିଳେନା ଭିକ

ସେବାର ନାଆଁରେ ମୁଣ୍ଡକୁ ଟୁଙ୍ଗାରି

ଲୁଟନ୍ତି ପଞ୍ଝାଏ ଠକ

ଶୋଷଣ କଷଣ ଦାଣ୍ଡରେ ପଡ଼ିଛି

ବଢୁଛି ପାପର ଭାରା

.......ଉଦୟ ଭାନୁର ପହିଲି କିରଣ

              ମଳିନ ପଡୁଛି ଧରା ! ୨ !


ଆଦର୍ଶ ଭେଳିକି ନାରୀର ସୁରକ୍ଷା

ଶିକ୍ଷାର ଶୁଭୁଛି ବାଣ

ଓଲଟା ଇଜ୍ଜତ ନିଲାମ ହେଉଛି

ବିବେକ ପଶୁର ଟାଣ

ଭଲର ଉଦୟ ମନ୍ଦର ଅସ୍ତକୁ

ଜୀବନ କରୁଛି ମାରା

.......ଉଦୟ ଭାନୁର ପହିଲି କିରଣ

              ମଳିନ ପଡୁଛି ଧରା ! ୩ !



Rate this content
Log in