ମୋ ଲୁହ ଆଞ୍ଜୁଳା ତୁମେ ଶ୍ରଦ୍ଧାର ଫୁଲଟେ ଦେବ
ମୋ ଲୁହ ଆଞ୍ଜୁଳା ତୁମେ ଶ୍ରଦ୍ଧାର ଫୁଲଟେ ଦେବ


ମୋ ଲୁହ ଆଞ୍ଜୁଳା ତୁମେ ଶ୍ରଦ୍ଧାର ଫୁଲଟେ ଦେବ
ନିରେଖି ଦେଖିବି ସିନା ରହିଛି କେମିତି ଭାବ
...........ମୋ ଲୁହ ଆଞ୍ଜୁଳା ତୁମେ
ଶ୍ରଦ୍ଧାର ଫୁଲଟେ ଦେବ ! ୦ !
ସ୍ମୃତିର ଚିଠିକୁ ପଢ଼ି ଲାଗୁଛି ବହୁତ ଥକା
ତଥାପି ବୁଝୁନି ମନ ସତରେ ମେଣ୍ଟିବ ଦକା
ଜୀବନ୍ତ ମଣିଷ କିବା ପାଲଟି ଗଲାଣି ଶବ
...........ମୋ ଲୁହ ଆଞ୍ଜୁଳା ତୁମେ
ଶ୍ରଦ୍ଧାର ଫୁଲଟେ ଦେବ ! ୧ !
ବୟସ ଗଡ଼ିଲା ବେଳେ ନାଟକ ହେଉନି ଶେଷ
ମୁହଁକୁ ଦେଖିଲା ପରେ ଜାଣୁନି ହସ କି ବିଷ
ନିରୀହ ଆଖିରୁ ମୋର ଧୋଉଛି ସପନ ଲୋଭ
...........ମୋ ଲୁହ ଆଞ୍ଜୁଳା ତୁମେ
ଶ୍ରଦ୍ଧାର ଫୁଲଟେ ଦେବ ! ୨ !
ମୋହର ଗୀତର ତାଳେ ପଡୁନି ତୁମରି ପାଦ
ସୁଖର ଘରକୁ ସିଧା ଲାଗିଛି ଦୁଃଖର ବାଦ
ନିଜଠୁ ପରଟେ ହୋଇ ଯାହା ମୁଁ କରୁଛି ରାବ
...........ମୋ ଲୁହ ଆଞ୍ଜୁଳା ତୁମେ
ଶ୍ରଦ୍ଧାର ଫୁଲଟେ ଦେବ ! ୩ !