ତଥାପି ଅନ୍ୱେଷଣ
ତଥାପି ଅନ୍ୱେଷଣ
ତୁମ ପାଇଁ ପଦେ କ'ଣ କହିବି
ଯେତେ କହିଲେ ବି ହେବ ଅଳପ,
ସବୁବେଳେ ଖାଲି ମନେ ପଡ଼ୁଛ ତମେ
ହୃଦୟରେ ଫୁଟୁଛି ତପ l
ପୁନେଇ ଜହ୍ନଠୁ ସୁନ୍ଦର ତୁମେ
ଗୋଲାପ କଢ ପରି ଓଠ,
ସେ ଓଠରେ ଥରେ ମୋ ନାଁ ଶୁଣିବାକୁ
ଭଗୁଛି ଏ ହୃଦୟ କେତେ କଷ୍ଟ l
ଜହ୍ନଠୁ ବି ସୁନ୍ଦର ଫୁଳଠୁ ବି କମଳ
ଗଙ୍ଗା ଭଳି ନିର୍ମଳ ଯିଏ,
ଜାଣିଛି ବୋଲି ମୋ ହୃଦୟ
ତୁମକୁ ହିଁ ଭଲ ପାଏ l
ନଦୀ ବିନା ସାଗର ଫୁଲ ବିନା ଭଅଁର
କେବେ ରହି ପରେ ନାହିଁ,
ତୁମ ବିନା ମୁଁ କେମିତି ରହିବି
କହ ଥରେ ମୋତେ ଚାହିଁ l
ଦୁନିଆ ଯାହାକୁ ନିଜ ବୋଲି କହେ
ମୁଁ ଜାଣିନି ତୁମେ ମୋତେ କୁହ,
ଆଖିତ ମୁଁ ବି ବୁଜୁଛି
ଖାଲି ଦେଖା ଯାଉଛି ତୁମ ମୁହଁ l
ଏ ସଂସାର ଗୋଟେ ବଗିଚା ପରି
ତୁମେ ସେ ବଗିଚାର ଫୁଲ,
ସେ ବଗିଚାରେ ମାଳିଟିଏ ହୋଇ ମୁଁ
ତୁମକୁ ପାଉଥିବି ସଦା ଭଲ l
ତୁମ ପ୍ରେମ ଲୁକାୟିତ ଧନ ନୁହେଁ
ନୁହେଁ ସୁନ୍ଦର ପାହାଡ଼ ବଣ,
ସେ ଟିକିଏ ପ୍ରେମ ପାଇବା ପାଇଁ
କରୁଛି ତଥାପି ଅନ୍ଵେଷଣ l

