STORYMIRROR

ଅନିଲ କୁମାର ଲେଙ୍କା

Romance

5  

ଅନିଲ କୁମାର ଲେଙ୍କା

Romance

ସନେଟ: ପ୍ରେମ

ସନେଟ: ପ୍ରେମ

1 min
511

ପ୍ରେମହିଁ ତ ସତ୍ୟ ପ୍ରେମହିଁ ପବିତ୍ର ପ୍ରେମ ହିଁ ଆଲୋକ ଧାରା

ପ୍ରେମମୟ ହେଉ ଆମ ଚଳାପଥ ଯାବତ ଜୀବନ ସାରା 

ଭୁଲି ଯିବା ନାହିଁ ପ୍ରେମକୁ ଆମର କରିବାନି କେବେ ପର

ସବୁ ଦିନ ଥାଉ ପ୍ରେମର ସମ୍ପର୍କ ଆଉ ପ୍ରୀତି ମୈତ୍ରୀତାର ।।


ଭୁଲିନି ଭୁଲିନି ଭୁଲି ପାରୁ ନାହିଁ ଅଭୁଲା ପ୍ରେମର ସ୍ନେହ

ସେଇ ସ୍ନେହ ଯଦି ମନେ ପଡିଯାଏ ଆଖିରୁ ସରେନି ଲୁହ 

ଭୁଲରେ ଭୁଲିବି ଆଉଯେ କାହାକୁ ଭୁଲି ପାରିବିନି ପ୍ରେମକୁ 

ଯଦିବା ଭୁଲିବି ବଞ୍ଚି ଥାଉ ଥାଉ ପ୍ରେମ କରିବିନି କାହାକୁ ।।

ସବୁ ତ ସରିବ ମଣିଷ ମରିବ  ପ୍ରେମ ତ ସରିବ ନାହିଁ

ପ୍ରେମ ବୋଲି ଯେଉଁ ଦୁଇଟି ଅକ୍ଷର ସଭିଙ୍କୁ କରଇ ବାଇ

ପ୍ରେମର ଆବେଗ ଆସିଲେ ହୃଦୟେ ମନରେ ଉତ୍ସାହ ଭରେ

ପ୍ରତାରଣା ଯଦି ମିଳିଯାଏ କେବେ ଅସମୟେ ପ୍ରେମ ସରେ ।।


ପୁରୁଣା ବର୍ଷର ପୁରୁଣା କଥାକୁ ମନରୁ ଦେବା ପାଶୋରୀ

ନୂଆ ବରଷରେ ହୃଦୟେ ବାନ୍ଧିବା ପ୍ରୀତିର ବନ୍ଧନ ଡୋରି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance