STORYMIRROR

ଅନିଲ କୁମାର ଲେଙ୍କା

Tragedy Inspirational

3  

ଅନିଲ କୁମାର ଲେଙ୍କା

Tragedy Inspirational

ସ୍ମୃତି-୩

ସ୍ମୃତି-୩

1 min
279

 


ସ୍ମୃତି ଅଟଇ ଅଲେଖା ଡାଏରୀର

   ଏ ଆଧା ଲେଖା କବିତା

ସ୍ମୃତି ପୁଣି ଅସମ୍ପୂର୍ଣ୍ଣ କାହାଣୀର

   ଅକୁହା ଅଲୋଡା କଥା ।।


ସ୍ମୃତି ଅଟେ ଅଗଭୀର ଅଶାନ୍ତ ଓ

   ଉଗ୍ର ଅଥଳ ସାଗର

ସ୍ମୃତି ପୁଣି ଲାଗେ ସିଏ ଅସରନ୍ତି 

   ସ୍ନିଗ୍ଧ କବିତା ଭଣ୍ଡାର ।।


ସ୍ମୃତି ତ ଏକ ନିଆରା ଅନୁଭବ

   ଦରଦ ଭରା ପ୍ରାଣର

ସ୍ମୃତି କେବେ ସିହରିତ କରିଯାଏ

    ପୁଣି ହୃଦୟ କନ୍ଦର ।।


ସ୍ମୃତି ସିଏ ଅଟେ ଖୋଜି ପାଇବାର 

   ଗୋପନ ଇଲାକା ଜୟ

ସ୍ମୃତି କେବେ ପାଇବାର ଇଚ୍ଛା ପୁଣି

  କେବେ ହରାଇବା ଭୟ ।। 

              

ସ୍ମୃତି ଅଟେ ଅଶରୀର ସ୍ବପ୍ନ ଭିଜା

   କଳ୍ପନାର କାନଭାସ୍

ଉଜ୍ଜିବିତ କରିବାକୁ  ତାକୁ ସଦା

   ମୋ ଅବିରତ ପ୍ରୟାସ ।।


ସ୍ମୃତି  ସକାଳର କଅଁଳ କିରଣ

   ପ୍ରଚଣ୍ଡ ଗ୍ରୀଷ୍ମର ତାତି

ସ୍ମୃତି ମନେ ସିଏ ଭରିଦିଏ ତୃଷ୍ନା

   କେବେ ଦିଏ ଆତ୍ମତୃପ୍ତି ।।


ସ୍ମୃତି ପିଲାଦିନ ଅଫେରା ବନ୍ଧୁଟେ

    ବୃଦ୍ଧ ବେଳର ସମ୍ପତ୍ତି

ସ୍ମୃତି ଅତୀତକୁ ଧରେ ଛାଇ ପରି

   ସାଥେ ଚାଲେ ଆମ ନିତି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy