ଭକ୍ତି ଆରାଧନା
ଭକ୍ତି ଆରାଧନା
ପହଡ ଖୋଲିକି ଦେଖ ଜଗନ୍ନାଥ
ତୁମରି ଦୁଆରେ କିଏ
ଚିହ୍ନି କି ପାରୁଛ ଯା ଡାକ ଶୁଣିନ
ପଡ଼ି ତୁୁୁମେ କାହା ମୋହେ
ପ୍ରଭୁ ହେ , ଭକ୍ତ କି ତୁମର ନୁହେଁ (ଘୋଷା )
ତୁମେ ତ ତାରିିଲ ଅହଲ୍ୟା ସୁନ୍ଦରୀ
ତୁମେ ତ ତାରିିିଲ ଧ୍ରୁବ
ତୁମ ବଡ଼ ଦାଣ୍ଡ ବନ୍ଦ ହୋଇଗଲେ
ମୁକତି କେଉଁଠୁ ହେବ
ସିଂହ ଦୁୁଆରରୁୁ ଯାଉଁଳି ବେତରୁ
ପାପ ପରା ଧୋଇ ଯାଏ
ପ୍ରଭୁ ହେ , ଭକ୍ତ କି ତୁମର ନୁହେଁ ।
ଦୁଆର ପକାଇ ଜଗତ ଗୋସାଇଁ
ପାଉଛ କି ତୁମେ ସୁଖ
କଳା ବଦନର ଦର୍ଶନ ନୋହିଲେ
ଲିଭିବ କି କେବେ ଦୁଃଖ
ତୁମେ ପରା ପ୍ରଭୁ ସର୍ବ ଚରାଚର
କାହିଁକି ବଞ୍ଚିତ ରୁହେ
ପ୍ରଭୁ ହେ , ଭକ୍ତ କି ତୁମର ନୁହେଁ ।
ସେ କଦମ୍ବ ମୂଳ ଏ କଳପ ବଟ
ବେନି ସ୍ଥାନ ଏକା ପରି
ମୁରଲୀ ବଜାଇ ଗୋପିଙ୍କକୁ ନଚାଇ
ସଂସାରୁ ନେଲ ହେ ତାରି
ଆଜି ତ ଭକତ ମାଗୁ ନାହିଁ କିଛି
ଚରଣ ତୁଳସୀ ଚାହେଁ
ପ୍ରଭୁ ହେ , ଭକ୍ତ କି ତୁମର ନୁହେଁ ।
