Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Tragedy Classics

3  

Satyanarayan Sahoo

Abstract Tragedy Classics

ଅମର ଶହୀଦ ବାପୁଜୀ

ଅମର ଶହୀଦ ବାପୁଜୀ

1 min
149


ବାପୁଜୀ ହେ ତୁମେ ଚିର ପୂଜ୍ଯ ଆମ

ଜାତିର ଜନକ ଭାବେ 

ହେ ମହା ମାନବ କେତେ ଦିବ୍ଯଭାବ

ସଞ୍ଚରେ ତୁମ ସ୍ମରଣେ ।


ସତ୍ଯ ଅହିଂସାର ପରମ ପୂଜାରୀ

ତୁମେ ସିନା ଥିଲ ବାପୁ

ସ୍ବାଧୀନତା ପାଇଁ କେତେ ଘାତ ସହି

ସତ୍ଯାଗ୍ରହେ ତୁମ୍ଭ ହେତୁ ।


ଭାରତୀୟ ମାନେ ଝାସ ଦେଇ ଥିଲେ

ମାନି ତୁମ୍ଭ ନୀତି ମାନ

ବହୁ ଆନ୍ଦୋଳନ ଶେଷେ ଯାଇ ଆମ୍ଭ

ଦେଶ ହୋଇଲା ସ୍ବାଧୀନ ।


ମାତ୍ର ତୁମ୍ଭେ ହେଲ ଅମର ଶହୀଦ

ସ୍ବାଧୀନତା ପ୍ରାପ୍ତି ପରେ 

ଅଚାନକ ଭାବେ ପ୍ରାର୍ଥନା ସଭାରେ 

ଆତତାୟୀ ଆଘାତରେ ।


ଆହେ ଯୋଗଜନ୍ମା ହେ ମହା ମନିଷୀ

ଘେନ ଜାତି ଶ୍ରଦ୍ଧାଞ୍ଜଳୀ 

ପ୍ରତି ଭାରତୀୟ ପ୍ରାଣରେ ଅମର

ରହିଲ ତୁମେ ବାପୁଜୀ



Rate this content
Log in

Similar oriya poem from Abstract