ଆସ ପାଠ ପଢିବା
ଆସ ପାଠ ପଢିବା
ଆସ ଆମେ ପାଠ ପଢିବା,
ଦୁଃଖ ଶୋକ ସବୁ ଭୁଲିବା ।
ଭବିଷ୍ୟତ ହେବ ସୁନ୍ଦର ,
ନଥିବ କାହାକୁ ଖାତର ।
ବିଦ୍ଯାଳୟ ନାମ ରଖିବା ,
ଆଗକୁ ଆଗକୁ ବଢିବା ।
ଗଢିବା ସୁସ୍ଥ ପରିବେଶ ,
ମନରେ ଭରିବା ସାହସ ।
ସବୁଜିମା ଦେଶ ଗଢିବା ,
ଫୁଲ ଫଳେ ଦେଶ ଭରିବା ।
ଜଳ ବିନିଯୋଗ କରିବା ,
କୃଷି କାର୍ଯ୍ୟକୁ ବଢାଇବା ।
ଦେଶର ଉନ୍ନତି କରିବା ,
ପ୍ରଗତି ପଥେ ଆଗେଇବା ।
ସାକ୍ଷର ଦେଶଟେ ଗଢିବା ,
ଦେଶ ବିଦେଶରେ ବୁଲିବା ।
ଦେଶ ପାଇଁ ପ୍ରାଣ ଢାଳିବା ,
ଦେଶ ଜାତି ଟେକ ରଖିବା ।
ଦୁର୍ନୀତି କେବେ ନ କରିବା ,
ମିଥ୍ଯାବାଦୀ କେବେ ନ ହେବା ।
ଗୁରୁ ଗୁରୁଜନ ମାନିବା ,
ବାପା ମାଆ ନାମ ରଖିବା ।