STORYMIRROR

Sagar Kumar Parida

Abstract

3  

Sagar Kumar Parida

Abstract

ନବରଙ୍ଗପୁର

ନବରଙ୍ଗପୁର

1 min
191

ନବରଙ୍ଗପୁର ଆମରି ଜିଲ୍ଲା

  ବଣ ପରବତ ପାହାଡ଼ ଘେରା,

ପ୍ରାକୃତିକ ପରିବେଶ ତାହାର

   ମୋହିନିଏ ଆମ ମନକୁ ପରା।।

ଭିନ୍ନ ଭିନ୍ନ ଜାତି ବସତି ଏଠି

   ପରସ୍ପରେ ଥାଏ ସ୍ନେହ ପୀରତି,

ଭତ୍ରା,ଗଣ୍ଡ,କନ୍ଧ, ପରଜା ଜାତି

    ବଙ୍ଗାଳୀ,ଓଡ଼ିଆ ମିଳି ରୁହନ୍ତି।।

ମାଆ ଭଣ୍ଡାରୁଣୀ,ମାଆ ପେଣ୍ଡାଣୀ

       ଧନ ଜୀବନର ରକ୍ଷା କାରିଣୀ,

ଆର୍ଶୀବାଦ ତାଙ୍କ ଆମ ମୂଳମନ୍ତ୍ର

     କରୁଣାର ପରା ସେ ନିର୍ଝରିଣୀ।।

ମଣ୍ଡେଇ ଆମର ବଡ଼ ପରବ

   ବଖାଣଇ ଆମ ସଂସ୍କୃତି ଟେକ,

ରଥଯାତ୍ରା, ଦୁର୍ଗାପୂଜା କରି ଆମେ

    ଦେଖାଉ ବିଶ୍ୱକୁ ଏକତା ଭାବ।।

ପଞ୍ଚବଟୀ ବନ,ପାରୁଆ ଶିବ

  ଇନ୍ଦ୍ରାବତୀ ଡ୍ୟାମ ଡିଅର ପାର୍କ,

ଚନ୍ଦନ ଧାରାର ଜଳ ପ୍ରପାତ

       ପୋଡ଼ାଗଡ଼ ଦୃଶ୍ୟ ଅଟେ ଅପୂର୍ବ।।

ତୁରୀ ନଦୀକୂଳେ ବୀର ସନ୍ତାନ

      ଦେଇଥିଲା ଦେଶ ପାଇଁ ଜୀବନ,

ସହିଦ ସ୍ତମ୍ଭକୁ ଆମରି ପ୍ରଣାମ

     ବୀରମାଟି ଏହା ନୁହେଁ ସାମାନ୍ୟ।।


      

        

   

       



Rate this content
Log in

Similar oriya poem from Abstract