STORYMIRROR

Sagar Kumar Parida

Classics

4  

Sagar Kumar Parida

Classics

କବିତା

କବିତା

1 min
12

କବିତା ଗୋ ତୁମେ ପାହାଡି କନ୍ୟାର କୁଳୁକୁଳୁ କଳ ସ୍ୱର

ତାଳଗଛ ଡାଳେ କେବେ ପୁଣି ତୁମେ ବାଇ ଚଢେଇର ଘର ।।

ସନ୍ତାନ ହରା ମାଆର କରୁଣ ବିଳାପରେ ହୁଅ ବ୍ୟକ୍ତ

କେବେ ପୁଣି ତୁମେ ମଝି ଦରିଆରେ ନାଉରି ଭାଇର ଗୀତ।।


ଦରିଦ୍ରର ଭଙ୍ଗା ଚାଳ ଘରେ ତୁମେ ନୀଳ ଗଗନର ଶଶୀ

ହିମାଳୟ ବକ୍ଷେ ବରଫାପାତର ଅପରୂପ ଶୋଭାରାଶି ।।

କେବେ ପୁଣି ତୁମେ ଶୀତ ସକାଳର କାକର ମୋତି ପସରା 

ଫଗୁଣ ମାସର ଆମ୍ର କାନନରେ ବଉଳର ବାସ୍ନା ଭରା ।।


ଅମାଅନ୍ଧକାରେ ଅଘୋରୀ ବାବାର ତୁମେ ମଶାଣୀ ସାଧନା 

ଜହ୍ନ ମାମୁଁ କୋଳେ ଚନ୍ଦ୍ରଯାନର ତୁମେ ହିଁ ବିଜୟ ବାନା ।।

ପକ୍ବ ଧାନ୍ୟ କ୍ଷେତେ ତୁମେ କୃଷକର ହଳିଆ ଗୀତ ଲହରୀ

ଭକ୍ତ ହୃଦୟରେ ହରି ଭକ୍ତି ଗାଥା ଅପୂର୍ବ ପ୍ରେମ ମାଧୁରୀ ।।


କବିତା ଗୋ ତୁମେ ଦେଶ ପ୍ରେମ ବର୍ହ୍ନି ପ୍ରଜ୍ଜ୍ବଳନେ ହୁଅ ସାହା

ନିରାଶ ଅନ୍ଧାରେ ଆଶାର ଆଲୋକ ଭବ ତରଙ୍ଗିଣୀ ନାଆ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics