ଶ୍ରୀ ସିଂହନାଥ
ଶ୍ରୀ ସିଂହନାଥ


ସିଂହନାଥ ପୀଠ ଶୋଭାର ଭୁବନ
ସତେ କି ସ୍ଵର୍ଗର ନନ୍ଦନ କାନନ ।
ପ୍ରକୃତି ରାଣୀର ଅପରୂପ ଶୋଭା
ମନ୍ଦିର ସୌନ୍ଦର୍ଯ୍ୟ ଅତି ମନଲୋଭା ।
ମହାଶୈବ କ୍ଷେତ୍ର ନାମେ ସୁବିଦିତ
ଶାକ୍ତ, ଶୈବ ବୈଷ୍ଣବଙ୍କ ପ୍ରିୟ କ୍ଷେତ୍ର ।
ସାଧୁ ମହାତ୍ମାଙ୍କ ବିଚରଣ ସ୍ଥଳୀ
ଗଲେ ଏହି ସ୍ଥାନେ ପାପ ଯାଏ ଜଳି।
କଳ କଳ ନାଦେ ନିର୍ଝର ଝରଇ
ପାହାଡ ଗୁମ୍ପାରୁ ଓଁ କାର ଶୁଭଇ ।
ଶ୍ରୀରାମ ଅନୁଜ ମହାତ୍ମା ଲକ୍ଷ୍ମଣ
କଲେ ଏଠି ଶିବ ଲିଙ୍ଗ ସଂସ୍ଥାପନ୍।
ପୁରୀ ଗଜପତି ଲଳିତ କେଶରୀ
ବଡମ୍ବା ରାଜନ ମାଧେବେନ୍ଦ୍ର ମିଳି ।
ଗଢିଥିଲେ ଏହି ସୁରମ୍ୟ ମନ୍ଦିର
କଳା ଭାସ୍କର୍ଯ୍ୟର ଜୀବନ୍ତ ସ୍ୱାକ୍ଷର ।
ଅଷ୍ଟଶମ୍ଭୁ ପୀଠ ରହିଛି ଏଠାରେ
ଦର୍ଶନେ ପାତକ ଛାଡି ଯାଏ ଦୂରେ।
ବୈଦେହୀ ସ୍ଥାପିତ ମା ଦକ୍ଷିଣକାଳୀ
କୋଟି ପ୍ରଣିପାତ ଚରଣେ ତାଙ୍କରି
। ରଘୁନାଥ ଦେବ ପାହାଡ କଟିରେ
ବିରାଜନ୍ତି ରମ୍ୟ ସୂପରୀ ପାଟିରେ।
ଅପୂର୍ବ ସୁନ୍ଦର ମନ ମୁଗ୍ଧ କର
ଶ୍ରେଷ୍ଟ ପର୍ଯ୍ୟଟନ କ୍ଷେତ୍ର ଉତ୍କଳର।
ଟ୍ରି ବ୍ରିଜ ପାଇଁ ପ୍ରସିଦ୍ଧ ଏ ସ୍ଥାନ
ମକର ମେଳାର ହୁଏ ଆୟୋଜନ ।
କବି ଜଗନ୍ନାଥ କାଳଜୟୀ କାବ୍ୟ
ରଚି ସିଂହନାଥ କାବ୍ୟ ବଈଭବ।
କବିଙ୍କ ଭବିଷ୍ୟ ବାଣୀ ଆଜି ସତ୍ୟ
ଯାହା ଦେଖିଥିଲେ ସେ ତୃତୀୟ ନେତ୍ର ।
ଶହ ଶହ ପର୍ଯ୍ୟଟକ ଆଗମନ
ମୁଖର ଏ ସ୍ଥାନ ଯା ଥିଲା ବିଜନ।
ରାମନାଥ ବୈଦ୍ୟନାଥ ବୈଦେଶ୍ୱରେ
ସିଂହନାଥ ଶହ ସମାନ ଦୂରରେ ।
ପ୍ରଭୁ ସିଂହନାଥ ସୁଭାଶିଷ ବାରି
ସଭିଙ୍କର ଦୁଃଖ ଦେଉ ଦୂର କରି ।
ଅପାର ମହିମାମୟ ସିଂହନାଥ
କାଳେ କାଳେ ପ୍ରକିର୍ତିତ ପ୍ରତିଭାତ।
ବେଳୁ ବେଳ ସ୍ଥଳୀ ରାଜେ ସୁରୁଚିର
ରାଜ୍ୟ ରାଷ୍ଟ ଡେଇଁ ମହିମା ପ୍ରଚାର।
ବଡ଼ମ୍ବାର ରକ୍ଷାକର୍ତ୍ତା ଆଶୁତୋଷ
କରିଥାନ୍ତି ଗର୍ବୀ ଗର୍ଵ ନଗ ଧ୍ୱଂସ ।