STORYMIRROR

Sagar Kumar Parida

Abstract

4  

Sagar Kumar Parida

Abstract

ଜଗତର ନାଥ ଜଗନ୍ନାଥ

ଜଗତର ନାଥ ଜଗନ୍ନାଥ

1 min
435

 କୋଟି ଓଡ଼ିଆର ମଉଡମଣି ସେ ଜଗତର ନାଥ ଜଗନ୍ନାଥ

ନାମ ଶୁଣୁଶୁଣୁ କିଟୁ ବ୍ରହ୍ମଯାଏଁ ଭକ୍ତିରେ ହୁଅନ୍ତି ପ୍ରଣିପାତ ।।

ଏମିତି ସେମିତି ଦିଅଁ ନୁହେଁ ସିଏ ନାମଟି କାଳିଆ ସାଆନ୍ତ

 ଭାତରୁ ଚାଉଳ ଯହିଁ ହୁଏ ନିତି ନିର୍ମାଲ୍ୟ ନାମରେ ବିଖ୍ୟାତ ।। ବାନା ଅଟେ ତାର ପତିତପାବନ ବାତ ବିପରୀତେ ଉଡଇ

 ବାଇଶି ହାତର ପତାକାର ଛାଇ କେବେ ତଳକୁ ନ ପଡ଼ଇ ।। କୋଟିଏ ଦିଅଁରେ ଗୋଟିଏ ଦିଅଁ ସେ ବଡ ଦିଅଁ ,ବୋଲି ବିଖ୍ୟାତ ଷାଠିଏ ପଉଟି ଭୋଗ ଖାଏ ନିତି ଛପନ ନିଯୋଗୀ ସିଏ ତ ।। ଦରିଆ କୂଳରେ ଶଙ୍ଖ ନାଭି ପୁରେ ଶଙ୍ଖପତି ପଦ ମଣ୍ଡିଛି

ମନ୍ଦିର ଭିତରେ ଶଙ୍ଖ ବାଜେ ନାହିଁ ଅଦ୍ ଭୁତ ରୀତିକି ଫାନ୍ଦିଛି।। ସାଗର ଗର୍ଜନ ମେଘନାଦ ବାଡ ଲଙ୍ଘି ତା ପୁରକୁ ଶୁଭେନା

ଦେଉଳ ଉପରେ ଗଗନ ପଟରେ ଖଗଟିଏ ସୁଧା ଉଡେନା।। ଉପରୁ ତଳ ପାକ ହୁଏ ତା'ର ବିଚିତ୍ର ଦେଖଇ ଜଗତ

ତୁଣ୍ଡେ ଖାଇ ଦେଇ ମୁଣ୍ଡେ ମାରି ଦେଲେ କୋଟି ପୂର୍ଣ୍ଣଫଳ ପାପତ ।ବାଇଶି ପାହାଚ ସରଗ ଦୁଆର କଳ୍ପବଟେ ବଟ ଗଣେଶ

ଅରୁଣ ଗରୁଡ ଭକ୍ତ ହନୁମାନ ପାହାଚେ ଯାହାର ମହେଶ ।।

ବ୍ରହ୍ମଦାରୁ ହରି ଦାରୁରେ ତିଆରି ସକଳ ବୈଚିତ୍ୟ ବହନ୍ତି

 ସକଳ ଧର୍ମକୁ ସମନ୍ଵୟ କରି ସାମ୍ୟବାଦ ବାନା ଉଡାନ୍ତି ।। ରା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract