STORYMIRROR

Sagar Kumar Parida

Abstract Tragedy

4  

Sagar Kumar Parida

Abstract Tragedy

ପୋଡ଼ାଗଡ଼ ୨

ପୋଡ଼ାଗଡ଼ ୨

1 min
307

ଅଭ୍ୟାଗତ ଅତିଥିଙ୍କ ଗହଳରେ

ଚଳଚଞ୍ଚଳ ଏ ସ୍ଥଳୀ ଅତୀତରେ ।।

ଶୁଭୁଥିଲା ଶଙ୍ଖ ମୃଦଙ୍ଗ ବାଦନ

କୋଳାହଳ ଶବ୍ଦେ ସଦା ପ୍ରକମ୍ପନ ।।

ତୈଳ ଆଲୋକରେ ଦୁର୍ଗ ଆଲୋକିତ

ସାବଧାନ ଶବ୍ଦେ ଅରି ହୋନ୍ତି ଭୀତ ।।

ଦୋଷ କଲେ ଦୋଷୀ ପାଏନା ନିସ୍ତାର

ପିଣ୍ଡୁପ୍ରାଣ ତାର ହୋଇଯାଏ ଦୂର ।।

ପ୍ରବଳ ପ୍ରତାପୀ କୃଷଧୂଜରାଜା 

ନଳବଂଶୀ ନାମେ ଉଡେ ଯାର ଧ୍ବଜା ।।

ସାମ୍ରାଜ୍ୟ ଯାହାର ଵିସ୍ତୁତ ବସ୍ତର

କୋରାପୁଟ ଠାରୁ ନବରଙ୍ଗପୁର ।।

ଭକାଟକ ରାଜା ଏହି ଦୁର୍ଗ ଲୋଭେ

ଆକ୍ରମଣ କରିଥିଲେ ଗୁପ୍ତ ଭାବେ ।।

ନରେନ୍ଦ୍ରସେନ ସେ ବକାଟକ ରାଜା

ଯୁଦ୍ଧରେ ନିପୁଣ ଅଟଇ ସର୍ବଦା ।।

ପରାସ୍ତ କରିଲା ନଳ ବଂଶୀ ରଣେ

ଶିଳାଲେଖେ ଅଛି ବିସ୍ତୃତ ବର୍ଣ୍ଣନେ ।।

ନଳ ବଂଶ ପରେ ମଥୁରା ଵଂଶର

ଚାଲିଲା ରାଜୁତି କାଳ ପ୍ରବାହର ।।

ପ୍ରଜା ଆନ୍ଦୋଳନ ତେଜିଲା ପ୍ରଖର

ପୋଡିଜାଳି ଦୁର୍ଗ କଲେ ଛାରଖାର।।

ଏଣୁ ପୋଡ଼ାଗଡ଼ ନାମ ହେଲା ତାର

ଜନମୁଖେ ଶ୍ରୃତି ରହିଛି ଯାହାର ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract