Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sagar Kumar Parida

Abstract Children Stories

3  

Sagar Kumar Parida

Abstract Children Stories

ପୋଡ଼ାଗଡ଼-୧

ପୋଡ଼ାଗଡ଼-୧

1 min
116



ପୋଡ଼ାଗଡ଼ ଦୃଶ୍ୟ ଅତି ମନୋରମ

କବି ଭାବୁକଙ୍କ ପାଇଁ ସ୍ୱର୍ଗସମ ।

ଥରେ ଯେ ଦେଖିଛି ତା ବେନି ନେତ୍ରରେ

ଭୁଲି କି ପାରିବ କେବେ ଜୀବନରେ ।


ନିସର୍ଗ ସୁନ୍ଦରୀ ନୈସର୍ଗିକ ଶିରୀ

ଝରୁଥାଏ ଯହିଁ ବିଭୁ କୃପା ବାରୀ।

ସ୍ୱୟଂ ବିଷ୍ଣୁ ଏଠି ଭୈରବ ସ୍ବରୁପେ

ଲୀଳା କରୁଛନ୍ତି ପ୍ରକୃତି ତଳପେ ।


ନଳଵଂଶୀ ନୃପ ଅକ୍ଷୟ କୀରତି

ମହିମା ମଣ୍ଡିତ ଯା ଗୌରବ ସ୍ମୁତି ।

ଅତୀବ ସମୃଦ୍ଧି ଶାଳୀ ଏହି ପୁର

ଧନଧାନ୍ୟେ ଦିନେ ଥିଲା ଭରପୁର ।


ରାଜା ରାଣୀ ମନ୍ତ୍ରୀ ପାରିଷଦ ଵର୍ଗ

ସେନା ଦାସଦାସୀ ପରିପୂର୍ଣ୍ଣ ଦୁର୍ଗ।

ମଣିମା ମଣିମା ଡାକ ନିରନ୍ତର

ଥିଲା ପୁଣ୍ୟସ୍ଥଳୀ ଉତ୍ସଵ ମୁଖର


ଭ୍ରମୁଥିଲେ ରାଜା ଯେବେ ଏହିସ୍ଥଳୀ

ଶୁଣୁଥିଲେ ପ୍ରଜାମାନଙ୍କ ଗୁହାରୀ ।


Rate this content
Log in

Similar oriya poem from Abstract