Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sagar Kumar Parida

Abstract Children Stories

3  

Sagar Kumar Parida

Abstract Children Stories

ବୀର ସୈନିକ

ବୀର ସୈନିକ

1 min
144


ହେ ମୋ ଦେଶର ବୀର ସୈନିକ

କୋଟ କୋଟି ପ୍ରଣାମ ତୁମକୁ ,

ତୁମ ପାଇଁ ଗର୍ବ କରୁ ଆମେ

 ଯେଣୁ ତୁମେ ରକ୍ଷାକର ଦେଶ ମାତୃକାକୁ ।


ଜୀବନକୁ ଲଗାଇଣ ବାଜି

 ଦେଶ ସେବା କରିଥାଅ ନିତି

ତୁମ ସେହି ଦିବ୍ୟ କର୍ମ ପାଇଁ

 ଦେଶବାସୀ ପାଇଥାନ୍ତି ଶାନ୍ତି ।


କଷ୍ଟ ସାଧ୍ୟ ଜୀବନ ତୁମର

ତ୍ୟାଗପୂତ ସନ୍ନ୍ୟାସୀର ଭଳି ,

ଦୂର ଦେଶେ କାର୍ଯ୍ୟ କରିଥାଅ 

ପ୍ରିୟା, ପ୍ରିୟ ପରିବାର ଭୁଲି ।


ଶତ୍ରୁ କେବେ ଟେକେ ନାହିଁ ମଥା

ଶୁଣି ତୁମ ବନ୍ଧୁକର ନାଦ

ହେ ଦୁର୍ଦ୍ଦାନ୍ତ ଏ ଦେଶର ବୀର

ତୁମେ ଜାଣ ଶତ୍ରୁଜୟୀ ଭେଦ ।


ଭୂମିକମ୍ପ,ବନ୍ୟା,ବାତ୍ୟା ମରୁଡି ସମରେ

ସାଜ ତୁମେ ଆମ ଦେବଦୂତ ।

ତୁମର। ସେ ଦିବ୍ୟସେବା ପାଇ

ବଞ୍ଚିଯାଏ ମୃତ୍ୟୁମୁଖୀ ଜୀବନ ଅନେକ ।


ଯେତେଦିନ ରହିଥିବ ମହୀ

ଯେତେଦିନ ଥିବ ସୂର୍ଯ୍ୟ ତାରା,

ତୁମ ଯଶ ରହିବ ଭୂଲୋକରେ

ଯେଣୁ ତୁମେ ଅଟ ଧ୍ରୁବତାରା ।


  



Rate this content
Log in