STORYMIRROR

Prusty Bilasini

Abstract Inspirational

3  

Prusty Bilasini

Abstract Inspirational

ଦୁହିତା

ଦୁହିତା

1 min
197


ଦୁଇକୁଳ ହିତ କରିଥାଏ ଜେହୁ

ନାମଟି ତାର ଦୁହିତା

କେବେ କନ୍ୟା କେବେ ବଧୂ ସେ ବୋଲାଏ

କେବେ ଭଗିନୀ ଓ ମାତା

ଅଙ୍ଗ ଆଭୂଷଣ ଲଜ୍ୟାଟି ତାହାର

ବସ୍ତ୍ର ଅଟେ ବ୍ୟବହାର

ପ୍ରେମ ଦୟା କ୍ଷମା ଗୁଣ ଭରିଥାଏ

ସ୍ନେହ ଶ୍ରେଷ୍ଠ ଅଳଙ୍କାର

ମମତା ପଣତ ଶ୍ରୀମନ୍ଦିର ନେତ

ବଚନରେ ମଧୁରତା

ଶାନ୍ତି ଟିକେ ସାଥେ ମିଶାଇ ଦେଇସେ

ବାଣ୍ଟି ଥାଏ ମଧୁରତା

ଆଶ୍ଵସନା ଦେଇ ବିଶ୍ବାସ ଜନ୍ମାଏ

ହୋଇ ଥାଏ ଶ୍ରେଷ୍ଠ ମାତା

ଦୁଇକୁଳ ହିତ ଉଜ୍ବଳ କରେଜେ

ପ୍ରକୃତ ସିଏ ଦୁହିତା

ଦୁହିତା ନ ଥିଲେ କୁଳ ବଂଶ ନାସ

ସଂସାର ଡୁବି ଯାଆନ୍ତା

ସନ୍ତାନ ନଥାନ୍ତେ ଜଗତ ନଥାନ୍ତା

ମହି ନିଶ୍ଚିହ୍ନ ହୁଅନ୍ତା

ଜାୟା ଓ ଜନନୀ ଭଗିନୀ ରୂପରେ

ସଭିଙ୍କୁ ଲୋଡା ଦୁହିତା

କନ୍ୟାଟିଏ ଜଦି ଘରେ ଜନ୍ମ ନିଏ

କାହିଁକି ପଡୁଛି ଚିନ୍ତା

ସଭିଙ୍କୁ ଲୋଡା ଦୁହିତା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract