STORYMIRROR

Prusty Bilasini

Inspirational

3  

Prusty Bilasini

Inspirational

ଆଜିର ନାରୀ

ଆଜିର ନାରୀ

1 min
190


ଆଜିର ସମାଜେ ନାରୀଟି ପାଇଛି

ସ୍ଵତନ୍ତ୍ର ମାନ୍ୟ ତାହାର

ଘରକୋଣେ ଆଉ ଆଗପରି ନାହିଁ

ସବୁ କାର୍ଯ୍ୟରେ ଆଗର

ପୁରୁଷ ସହିତ ପାଦ ମିଳାଇ ସେ

ଚାଲୁଛି ସଂସାରେ ବାଟ

ଘରଠୁ ବାହାରେ ଦାଇତ୍ୱ ତୁଲାଏ

ନାରୀ ଭୁଲିଯାଇ ନିଜ କଷ୍ଟ

ଯୁଗ ଥିଲା ନାରୀ ଘର କୋଣେ ରହି

ଓଢ଼ଣୀକୁ ମୁଣ୍ଡେ ଦେଇ 

ଆଜିର ସମାଜେ ଆଧୁନିକ ନାରୀ

ପ୍ରତିଷ୍ଠିତ ଗଲେ ହୋଇ

ନୁହଁଇ ଅବଳା ନୁହେଁ ସେ ଦୂର୍ବଳା

ଲକ୍ଷ୍ମୀ ବାଈ ବେଶ ସାଜି

ଲିଭାଏ ଭୂମିକା ଘରଠୁ ବାହାର

ସବୁଠାରେ ଲୋଡା ଆଜି

ସହନ ଶକ୍ତିରେ ବିକାଶ ଦିଗରେ

ସାଜିଛି ଅଚଳ ମେରୁ

ପାଠ ପଢି ନାରୀ ଆଦର୍ଶ ସାଜିଛି

ହୋଇଛି ସେ ମହାମେରୁ

କେବଳ ଉଦ୍ୟମ ବାକି

ସମାଜ ସଂସ୍କାର ମା ତୁମ ପାଶେ

ଭରିଦେଇ କର ସୁଖି

ଭରି ଦିଅ ହୁଅ ସୁଖି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational