STORYMIRROR

Alekha Pasad Moharana

Inspirational

3  

Alekha Pasad Moharana

Inspirational

ଜୀବନର ଅବସୋସ

ଜୀବନର ଅବସୋସ

1 min
172


ହଜିଲା ଅତୀତ ସ୍ମୃତି ବିଜଡିତ ଅଭୁଲା ଗାଥାର ପେଡି

ତନୁ ମନ ପ୍ରାଣ ଜାଗେ ଶିହରଣ ଭାବନାରେ ଯାଏ ବୁଡି।

ଶୈଶବ ବାଳୁତ ଦିବ୍ୟ ପ୍ରାଣବନ୍ତ ଆନନ୍ଦ ଲହରୀ ଧାରା

ସ୍ନେହ ଶୁଭାଶିଷ ଅସରା ପୀୟୂଷ କାହାଣୀ ଜୀବନ୍ତ ପରା ।


ଉଛୁଳା ଯୌବନ ସଦା ଦୀପ୍ତିମାନ ରୋମନ୍ଥନ ଆଣେ ପ୍ରାଣେ

ଆଶା ବୈତରଣୀ ପ୍ରଗଳ୍ଭ ତଟିନୀ ଆହ୍ଲାଦ ଜାଗେ ଜୀବନେ ।

ସପନ କଳସି ସଦା ପୂର୍ଣ୍ଣମାସୀ ଜହ୍ନ ରାତି ନୁହେଁ ଫିକା

ପ୍ରଣୟର ମଧୁ ସୁନାବ୍ୟାର ସିନ୍ଧୁ ପ୍ରଣୟିନୀ ଚିନ୍ତେ ଏକା ।


ମନର ମଣିଷ ମଳୟ ପରଶ ସୋହାଗର କାଦମ୍ବିନୀ

ନୈରାଶ୍ୟରେ ଆଶା ଫେଡିଦିଏ ତୃଷା ମଧୁଝରା ସ୍ରୋତସ୍ୱିନୀ ।

ସମୟର ଖେଳ ପ୍ରତାପ ପ୍ରବଳ ପ୍ରୋଢତ୍ୱ ଡିଣ୍ଡିମ ପିଟେ

ବୟସର ହସ ମଲ୍ଲୀଫୁଲ ବାସ ଚପଳାର ସମ ଲୋଟେ ।


ମୃତ୍ୟୁର ତାଣ୍ଡବ ଚିରନ୍ତନ ଭବ୍ୟ ବୟସ ଅବଧି ଶେଷ

ସ୍ମୃତିରେ ବିସ୍ମୃତି ଅତୀତର ଇତି ଜୀବନର ଅବସୋସ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational