STORYMIRROR

Alekha Pasad Moharana

Fantasy

4  

Alekha Pasad Moharana

Fantasy

ପ୍ରେମ ଚିରନ୍ତନ

ପ୍ରେମ ଚିରନ୍ତନ

1 min
553


ପ୍ରେମ ଚିରନ୍ତନ ପ୍ରେମ ହିଁ ଅମ୍ଲାନ

  ପ୍ରେମ ହିଁ ଚିର ଶାଶ୍ୱତ,

ଦୁଇ ହୃଦୟ ର ଦିବ୍ୟ ମିଳନର

   ପ୍ରେମ ମନ୍ଦାକିନୀ ସ୍ରୋତ।


ସରଳ ହୃଦୟ କରେନି ବିଲୟ

    ପ୍ରେମର ଶାଶ୍ୱତ ଧାରା

ଅନାବିଳ ପ୍ରେମ ସଦା ସାର୍ବଭୌମ

     ଜୀବନେ କରେ ନିଆରା।


ପ୍ରେମ ହିଁ ଅମର ଅନୁପମ ସ୍ଥିର

     ମୀରାବାଇ ଭକ୍ତି ପାଖେ

 ତ୍ୟାଗେ ପ୍ରେମ ଲବ୍ଧ ପ୍ରାପ୍ତିରେ ଅସାଧ୍ୟ

     ପ୍ରକୃତ ପ୍ରେମ ହିଁ ଶିଖେ।


ଭକ୍ତ ପ୍ରେମେ ସଦା ଭଗବାନ ବନ୍ଧା

     ଅନ୍ତର୍ଯ୍ୟାମୀ ପରଂବ୍ରହ୍ମ

 ଶବରୀ ଦାସିଆ ମୃଗୁଣୀ ବଂଧୁଆ

     ଭାବେ ସିକ୍ତ ନରୋତ୍ତମ ।

     

ବନ୍ଧୁ ପ୍ରେମ ପରା ଅମୃତର ଧାରା

     ଜନ୍ମରୁ ମରଣ ଯାଏ,

ନଥାଏ ଆସକ୍ତି ଅବଶୋଷ ଉକ୍ତି

   ସୁଖେ ଦୁଃଖେ ଭାଗୀ ହୁଏ ।


କୃଷ୍ଣ ସୁଦାମାଙ୍କ ବନ୍ଧୁତ୍ୟର ଅଙ୍କ

    କିଏ ଦେବ ବିଶ୍ୱେ କଷି 

ନିବିଡ଼ ବନ୍ଧନ  ଚିର ଅମଳିନ

    ଜଗତକୁ କରେ ଖୁସି।


ପିତା ମାତା ପ୍ରେମ ସ୍ବର୍ଗୀୟ ସଂଭ୍ରମ

   ଆନନ୍ଦର ବାରି ଧାରା

ପ୍ରୀତି ନିର୍ଝରିଣୀ ସୌମ୍ୟା ସୋହାଗିନୀ

    ଜୀବନ କେଦାର ତୋରା।


ପତି ପତ୍ନୀ ପ୍ରେମ ବିଶ୍ୱାସ ରେ ନମ୍ୟ

    ସୋହାଗର ପାରାବାର

ଜନ୍ମ ଜନ୍ମାନ୍ତର ପବିତ୍ର ଆସର

     ଅନୁରାଗ ଗଙ୍ଗା ଧାର।


ପ୍ରେମିକା ର ପ୍ରେମ ନବ ସ୍ୱପ୍ନ ଧାମ

    କାମ କାମନାରେ ସିକ୍ତ

କେବେ ଅପହୃତ କେବେ ବା ଆଦୃତ

   କେବେ ତପ୍ତ କେବେ ସୁପ୍ତ ।


ପ୍ରେମ ନିରନ୍ତର ବାଣ୍ଟ ହେ ସତ୍ୱର

     ଜୀବନ ଜିଇବା ଯାଏ

ହସି ହସାଇବା ପ୍ରେମେ ମଜିଯିବା

      ଟଙ୍କା ସୁନା ଲୋଡ଼ା ନୁହେଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy