Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Banamali Pattanaik

Romance Classics Fantasy

4.5  

Banamali Pattanaik

Romance Classics Fantasy

ବରଷା ଆସିଲା ପରେ

ବରଷା ଆସିଲା ପରେ

1 min
392


ଧାରା ଶ୍ରାବଣରେ ବରଷା ଆସଇ 

ପାଦ ଥାପି ଧୀରେ ଧୀରେ,

ଶୁଷ୍କ ମୃଣ୍ମୟୀର ମୁଖେ ହସ ଖେଳେ

ବରଷା ଆସିଲା ପରେ । 

ଦିବାକର ଆଜି ମନ ଶୁଖାଇଛି

ହେଲାଣି ଗଞ୍ଜ ଅଧିର,

ସମୀରଣ ସଙ୍ଗେ ତରୁ ଖେଳୁ ଅଛି

ସୁଖେ ନାଚେ ଜଳଧର ।

ତରଙ୍ଗିନୀ ସବୁ ସ୍ରୋତେ ପ୍ରବାହିତ 

ବାରାନିଧିର ନିକଟେ,

କୃଷକ ଆନନ ଆନନ୍ଦରେ ପୂର୍ଣ୍ଣ 

ହଳ କରି ଚାଲେ କ୍ଷେତେ ।

ଟିପି ଟିପି ହୋଇ ଝରିପଡ଼େ ବିନ୍ଦୁ 

ଖୁସି ମନେ ଭରିଦେଇ, 

ସବୁଜ ସୁନ୍ଦର ଏ କାନନ ସାରା

ମନରୋମା ଯେ ଲାଗଇ ।


Rate this content
Log in

Similar oriya poem from Romance