STORYMIRROR

Banamali Pattanaik

Romance Fantasy Inspirational

3  

Banamali Pattanaik

Romance Fantasy Inspirational

ତୁମ କଥା ଭାବି

ତୁମ କଥା ଭାବି

1 min
62

ଲେଖେ କବିତା ମୁଁ ଦୁଇଧାଡ଼ିତୁମ କଥା ଭାବି

ସକାଳେ ହଉ ଅବା ସଞ୍ଜରେ

ଅବା ଜହ୍ନ ଆଲୁଅର ସେଇ ଅନ୍ଧାରେ,

ଆଙ୍କେ ତୁମ ଛବି

ତୁମ କଥା ଭାବି ତୁମ କଥା ଭାବି ।1।


ଫଗୁର ଫଗୁଣେ ଯେବେ ତୁମେ ଚାଲିଗଲ

ସଙ୍ଗୀତର ତାନେ ତାନେ

ଗୁଣୁଗୁଣୁ ଗାଇ ସବୁଦିନ ପାଇଁ,

ହଜେଇଛି ମନ ସିନ୍ଧୁକର ଚାବି

ତୁମ କଥା ଭାବି ତୁମ କଥା ଭାବି ।2।


ଏବେ ଦିଗହରା ମୁହିଁ ଦିଶୁନାହିଁ ପଥ

ତଥାପି ଚାଲୁଛି ବାଟ,

ଖାସ୍ ତୁମ ପାଇଁ ତୁମ ପ୍ରେମ ପାଇଁ

ସାର୍ଥକ ନ ହେବା ଯାଏଁ ମୁଁ ଚାଲୁଥିବୀ

ତୁମ କଥା ଭାବି ତୁମ କଥା ଭାବି ।3।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance