STORYMIRROR

Renuka Samal

Romance

3  

Renuka Samal

Romance

ଚିଠି ରେ ଚିଠି

ଚିଠି ରେ ଚିଠି

1 min
51

ଚିଠି ଥିଲା ଆଗେ ମନ ମଇନା

ପ୍ରେମିକା ପାଖରେ ଥିଲା ଅଇନା ।

ହୃଦ କଥା ଅତି ସୁନ୍ଦର କରି,

ରସ ରସିଆରେ ଥିଲା ସେ ଭରି।

ପ୍ରେମିକ ପ୍ରମିକାଙ୍କ ହୃଦର ହାର,

ଏବେ କାହିଁ ଗଲା ନାହିଁ ଖବର।

ମୋବାଇଲ ନେଲା ଜୀବନ ତାର,

ଆଉ ନ ବୁଲିଲା ଚିଠି ବାର ଦୁଆର।

ଚିଠିରେ ଚିଠିରେ ହୃଦୟ ଗଢା,

ଚିଠିକୁ ଲୁଚାଇ ଲୁଚାଇ ପଢା।

ଏମିତି ଏମିତି ଯେ କରିଛି ,

ତାର ମଜା ସିନା ସିଏ ପାଇଛି।

ଚିଠି ଅପେକ୍ଷାରେ କେତେ ଦିନ ବିତିଛି,

ଉତ୍ତର ନପାଇ ପ୍ରାଣ ଝୁରିଛି।

ସୁଖ ଦୁଃଖ ଏଇ ଚିଠିଟି ଦିଏ,

ମୋ ସୁଖିଲା ହୃଦର ପ୍ରାଣଟି ସିଏ।

ଭାଙ୍ଗି ଯେବେ ପଡେ ବିରହୀ ପ୍ରାଣ,

ଚିଠି ଭରି ଦିଏ ହୃଦେ ଜୀବନ।

ଚିଠି ଦିଏ ଆଣି କେତେ ଖବର

ବାହା ଏକୋଇଶିଆ କି ବ୍ରତଘର

ଘର ଭଲମନ୍ଦ ଆଣେ ସେ ବୋହି

ଦୂରରୁ ତା ପଥ ରହିଛୁ ଚାହିଁ

ଚିଠି ଲୋ ଚିଠି,

ଥାପୁଡେଇ ଦେଇ ପ୍ରିୟାର ପିଠି,

କହିବୁ ଧିରେ,

ପ୍ରିୟତମ ତୁମ ବିରହେ ମରେ ।

ତା ଦୁଃଖ ହୃଦୟେ ଅମୃତ ଦେଇ

ସନ୍ତାପି ନେବୁ ତା ମନ ଭୁଲାଇ।

ଦୁଃଖର ସୁଖର ଖବର ଦେବୁ

ରାଗ ଅଭିମାନେ ଭୁଲି ନ ଯିବୁ

ବେଳେ ବେଳେ ଆଲୋ ଥରାଉ ଛାତି,

ତୋତେ ପଢି କେତେ ପାଇଛି ରାତି।

କେବେ ତୁ ଖୁସିରେ କରିଛୁ ବାଇ,

ଖୁସିର ଖବର ତୋ ଠୁ ପାଇ

କେତେ ବେଳେ ମନ ଦେଇଛୁ ମାରି,

ଆଖିର କୋଣରେ ଲୁହକୁ ଭରି।

ଚିଠି ଲୋ ଚିଠି,

ଫେରିଆ ମୋ ପାଖେ,

ଲେଉଟି ନ ଯାଆ ଆଡେଇ ପିଠି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance