STORYMIRROR

Renuka Samal

Inspirational

3  

Renuka Samal

Inspirational

ମାୟା

ମାୟା

1 min
211

ଗୋଟେଇ ଚାଲିବି ଜୀବନର ଯେତେ

ସୁଖ ଦୁଃଖ ଅଛି ମୋର

ସୁଖେ ମୁଁ ଚାତର ଦୁଃଖରେ କାତର

ହେବିନି ଶୁଖିଲା ପତର।

ସବୁ ଭୋଗ କଲେ ଜାଣି ସିନା ହେବ

ମଧୁର କଷାୟ ଫଳ

ଭାଙ୍ଗି ଯେ ପଡିବ ଦୁଃଖର ସମୟେ

ହଟିଯିବ ତାର ବଳ।

ଜନ୍ମରୁ ମୃତ୍ୟୁକୁ ଆଲିଙ୍ଗନ କରି

ଆସିଛୁ ଏ ଧରା ଧାମ

ଫେରିବାକୁ ହେବ ସବୁ କିଛି ଛାଡି

ରଖି ଯାହା ନିଜ ନାମ।

ଅଢେଇ ଦିନର ସୁଖ ସଂସାରରେ

ବଡେଇ କଣ ପାଇଁ

ଗଲେ ଯେଉଁମାନେ ନେଲେ କିବା କିଛି

ନଷ୍ଟ ଦ୍ରବ୍ୟେ ଘର ଦେଲୁଣି ଛାଇ।

ନିଜର ଭାବେନି ସନ୍ତାନ ସନ୍ତତି

ସ୍ୱାମୀ ବି ଯିବେନି ପଛରେ ଧାଇଁ

ମଶାଣି ପାଖରୁ ଘରକୁ ଫେରିବେ

ଲୋକ ଦେଖାଣିଆ ସକେଇ ହୋଇ

ଏ ସବୁ ତ ମାୟା ନାହିଁ ଯାର କାୟା

ଏବେ ଅଛି ଏବେ ନାହିଁ

ସବୁ ଜାଣିଶୁଣି ତଥାପି ମାତିଛୁ

ଉଦ୍ଧାର ପାଇବୁ ଆଉ ତୁ କାହିଁ।

  


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational