STORYMIRROR

Puspanjali Panda

Inspirational

3  

Puspanjali Panda

Inspirational

ବହି ଟି ମୋ ବନ୍ଧୁ

ବହି ଟି ମୋ ବନ୍ଧୁ

1 min
282

ମୋ କଲମ ରେ ତୁମେ ପ୍ରାଣ ପାଅ ବନ୍ଧୁ

କଲମରେ ଶେଷ ସ୍ପର୍ଶ

ବହିପଢୁଥିବା ଲୋକର ଟିକିଏ

ଅଲଗା ଥାଏ ଆଦର୍ଶ

ତୁମଲାଗି ପରା କବିଟେ ପାଗଳ

ସାଜୁଛି ତୁମକୁ ଲେଖି

ପ୍ରେମିକା ଯାହାକୁ ଶହେଥର ହେବ

ଛାତିରେ ଧରୁଛିଜାକି

ବନ୍ଧୁହେ ତୁମେ କହିପାର ଆଉ

ଦେଖାଇ ପାରୁଛ ଦୁଃଖ

ଥରେ ପଢ଼ି ଦେଲେ ଆତ୍ମାପାଇଯାଏ

ଅମରାବତୀ ର ସୁଖ

ସେ ରାଜା ହେଉ ଅବା ରଙ୍କ

ବହିଟି ହାତରେ ଥିବ ଯଦି ନିଶ୍ଚେ

ବଦଳିବ ଦେଶ ଭେକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational