ବିବାହ
ବିବାହ


ବିବାହ ବନ୍ଧନେ
ଆବଦ୍ଧ ହୋଇ ବି
ତାର ସଂଜ୍ଞା ଖୋଜି ପାଉନାହିଁ
ତନୁ ମନ ସବୁ ସଅମ୍ପି ଦେଇ ବି
ବୁଝିବା ଅକ୍ଷମ ମୁହିଁ।।
ବିବାହ : ସ୍ୱାମୀ ସ୍ତ୍ରୀଙ୍କର ଅତୁଟ ସମ୍ପର୍କ
ଏକ ପବିତ୍ର ବନ୍ଧନ
ଯେଉଁଠି ଆତ୍ମାରେ ମିଶଇ ଆତ୍ମା।।
ବିବାହ :ସେତ
ମହମହ ବାସ୍ନା ଭରା
ସମ୍ପର୍କର ଡୋରି
ବାନ୍ଧିଥାଏ ଆତ୍ମା ସାଥେ
ଆତ୍ମା ଏକ କରି।
ସାତସୁର ସାହାନାଇ
ବେଦ ମନ୍ତ୍ରଧ୍ୱନୀ
ହୋମ ଅଗ୍ନି ସାକ୍ଷୀ ରହେ
ସାକ୍ଷୀ ଏ ଧରଣୀ।
ବିବାହ:ଏକ ଘର ସହ ଯୋଡେ
ଆଉ ଏକ ଘର
ଜାନି ଜଉତୁକ ସହ
ଭାର ଓ ବେଭାର।।
ବିବାହ:ମିଠା ମିଠା ଦରୋଟି ହସର
ମୂଳଦୁଆ ଗଢିଥାଏ
ବିଶ୍ଵାସ ଯୈଗାଏ ସାତଜନ୍ମ ପାଇଁ
ଵିଵାହ ଏଠି ପ୍ରଜାପତୟେ ସ୍ୱାହା ହୁଅଇ।।