STORYMIRROR

Puspanjali Panda

Inspirational

3  

Puspanjali Panda

Inspirational

ସ୍ୱାଧୀନତା

ସ୍ୱାଧୀନତା

1 min
135

ମୋ ସ୍ୱାଧୀନତା 

ମୋ ପରିଚୟ,

କାହିଁ କେବେଠୁ ଖୋଜୁଛି

ନିଜେ ବି ଜାଣିନି 

ଖାଲି ଯାହା ବହିରେ ପଡ଼ିଛି

ପତାକା ଉଡାଇ

ଜୟ ହିନ୍ଦ୍ ଗାଇ

ଗାଁ ସାରା ଖୁବ୍ ବୁଲିଛି ।


ଜାଣିଛ କି ତୁମେ ?

କହି କି ପାରିବ

ସ୍ୱାଧୀନ ହେବାପରେ

ବନ୍ଦୀ ଜୀବନରୁ ମୁକ୍ତି ହେଲାପରେ

କେମିତି ଆନନ୍ଦ ମିଳେ?

ସ୍ୱାଧୀନତା କଥା 

ଦେଖିଛ କି କେହି ଭଲେ

ପ୍ରଶ୍ନ ପଚାରି ପଚାରି

ଥକି ପଡିଲିଣି ମୁହିଁ

ସ୍ୱାଧୀନତା ର ଉତ୍ତର ପାଉନାହିଁ।


ତାରାଭରା ଏଇ  

ଆକାଶ, ବାଦଲ

ମାଟି , ନିଆଁ ପାଣି 

ଯାହାବି ଦେଖୁଛି

ମେଘ, ପବନ ରେ 

ଉଡିବୁଲୁଥିବା ପକ୍ଷୀ 

ଦେଇ କି ପାରିବେ 

ସ୍ୱାଧୀନତା ର ସାକ୍ଷୀ ।

ନଦ ନଦୀ ଯେତେ ସାଗର 

ପାହାଡି ଝରଣା ପାଣି

ଲୋଡା ପଡେନାହିଁ

ସ୍ୱାଧୀନ ହେବାକୁ

ଜୀବନ ଉଠଣି ଗଡାଣି।


ନିଜର ନିଜର ଲାଗୁଥିବା ସବୁ

ସମ୍ପର୍କ ଭିତରେ ବନ୍ଦୀ

ହୋଇ ହଜାଇଛି ମୁକ୍ତ ଭାବନା,

ସ୍ୱାଧୀନତା ପରିଚୟ

ଖୋଜିବା ରେ ସବୁ ବିତାଇଛି ଯାହା

ହାତମୁଠା ର ସମୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational