STORYMIRROR

Puspanjali Panda

Others

4  

Puspanjali Panda

Others

ଶେଷ ଡିସେମ୍ବର -୧

ଶେଷ ଡିସେମ୍ବର -୧

1 min
406


ନବବର୍ଷ କେବେ

ପୁରୁଣା କୁ ଛାଡି

ଆଗେଇ ପାରେନା

କେମିତି ଚାଲିବ

କିଏସେ ଧରିବ ?

ହାତ ଯେ ପୁରୁଣା,

ଧରି ସେ ଥାପିବ ପାଦ...

ଆଜି ହଜିବ ସଭିଙ୍କ ନିଦ।।


ଜମିଲାଣି କେତେ

ପାଳନ ପର୍ବ

ଗାଁ ଠୁ ସହର ସିନା

ରାତି ଢେର୍ ଯାଏ

ପାର୍ଟି ତ ଚାଲିବ

ଟଳମଳ ପାଦ ବିନା

କମିବ ଯନ୍ତ୍ରଣା କୋହ

ଝରୁଥିବ ଖୁସୀ ଲୁହ।।


ଲୁଚି ଯିବ କେତେ

ଯନ୍ତ୍ରଣା ବେଦନା

କେତେ ଦେଖା 

କେତେ ଅଦେଖା ଅଜଣା 

ରହିଯିବ ଅତୀତରେ

ନୁଆ ବର୍ଷ ଆସେ

ପ୍ରେମର ପରଷେ

ପୃଥିବୀ ରେ 

ଧିରେ ଧିରେ 

ପୁରୁଣା ରେକରେ ବୁଝାମଣା

ନୂଆ ଠାରେ ଭରେ ଉନ୍ମାଦନା

ଭଲପାଇବାର ନୂଆବର୍ଷ

ସଭିଙ୍କ ମନରେ ଭରୁ ହର୍ଷ।।


Rate this content
Log in