STORYMIRROR

Puspanjali Panda

Abstract

4  

Puspanjali Panda

Abstract

ମୋ ବାପା

ମୋ ବାପା

1 min
52

ବୁଢ଼ୀ ମା କହେ ମତେ

ମୋ ବାପା 

ଏଗାର ବର୍ଷ ରୁ କଲିକତା ଯାଇଥିଲେ 

ଘର ଚଳାଇବାକୁ ପଡ଼ିଲା ବୋଲି

ବ୍ରାହ୍ମଣ ପୁଅ

ବଙ୍ଗାଳୀ ବାଡ଼ିରେ ରୋଷେଇ କରିବ

ନହେଲେ ଚଟକଳରେ କାମ

ଅବା ବେଙ୍ଗଲ କେମିକଲସ୍ ରେ।

ସୁଧୁରିଆ କକେଇ ସାଙ୍ଗରେ ନେଲେ

କିଛି ବୁଝିଲେନି

ଚିଠି ଆସେ ଗାଁ ରୁ

ବୁଢୀମା ପାଖରୁ

ଗାଁ ର କେହିଜଣେ ପାଠୁଆ ଲେଖିଥିବ

ଘର ଛପର ହବ

ହରିଜନ୍ମ ଓଷା ହେବ

ପଇସା ନାହିଁ 

ପଠାଇବୁ ଆଉ ଗଙ୍ଗାକାଳୀ ଙ୍କ ଦୟାରେ

ଭଲରେ ଥିବୁ।

ଏଗାର ବାର ବର୍ଷ ର ବାଳକ

ଅଣ୍ଟାରେ ,ପାଦରେ ଘୁଙ୍ଗୁର ବାନ୍ଧେ

ଗୋଟିପୁଅ ନାଚ କରେ

ତବଲା ବଜାଏ 

ମୁସଲମାନ ଉସ୍ତାଦ ଙ୍କ ପାଖରୁ।

ବସାଲୋକ ତଡିଦେଲେ

ବନ୍ଧୁ ବାନ୍ଧବ ମୁହଁ ଫେରେଇଲେ

ସଙ୍ଗୀତ ଗୁରୁ ଶୁକ ବାରିକ

ଚଳେଇଲା ବର୍ଷ ଯାକ।

ଚା କମ୍ପାନୀ କାମ ରେ 

ଟି ବୋର୍ଡ କଲିକତାରେ 

ଚାଳିଶ ବର୍ଷରେ 

ଅନେକ ଆଶା

ଅନେକ ସ୍ୱପ୍ନ ପୂରଣ ବ୍ୟତୀତ 

ଆମେ ସବୁ ତାଙ୍କ ସମ୍ପତ୍ତି।

ଚିତ୍ରୋତ୍ପଳା ରେ ଅନେକ ପାଣି ବହିଗଲା ପରେ

ବାପା,ମୋ ବୋଉକୁ ହରାଇବା ପରେ

ପୁଣି ଆଦରି ନେଲେ

କଲିକତାର ବସାଘର ।

ଆଉ ସେ

ସଂସାର ବନ୍ଧନ ଟାଣ ନଥିଲା

ଦେ ଅସୁଖରେ 

କଟକ ନର୍ସିଂହୋମ ରେ ବିଛଣାରେ ଶଯ୍ୟାଶାୟୀ।

ଡାକ୍ତରଙ୍କ ମତରେ 

ଆଉ ବେଶୀଦିନ ନୂହେଁ।

ଛାତି ଫାଟିଗଲା ପରି ଲାଗିଲ।

ଶାଶୂଙ୍କ ବର୍ଷିକିଆ ଯୋଗୁଁ

ଯାଇପାରୁନଥିଲି ।

ହଠାତ୍ ସେଦିନ କାହିଁକି ମନ ଥୟ ହେଲାନି

ପହଞ୍ଚିଗଲି ବାପାଙ୍କ ବେଡ ପାଖରେ।

ଲୁହ ବୋଲ ମାନୁନ୍ତଥିଲେ

ଆମ ବାପ ଝିଅଙ୍କର

ଆଖିରେ ଅନେକ କଥା ତାଙ୍କର।

ଖୁସୀ ଦିଶୁଥିଲେ ମତେ ଦେଖି।

ହାତ ଉଠାଇପାରୁନଥିବା ହାତରେ

ଦି ହାତରେ ମୁଣ୍ଡ କୁ ମୋର ଆଉଁସି ଦେଲେ

ଲୁହ ପୋଛି ଦେଲେ 

କେମିତି ଏମିତି ହେଇପାରେ ବାପା!!

ମତେ କଣ ଅପେକ୍ଷା କରିଥିଲ?

ଘରେ ଆସି ପାଦ ନ ଦେଉଣୁ 

ତୁମେ ଚାଲି ଯିବାରୁ ଖବର।। 


କୁଆଡେ ତୁମେ ଗଲ ବାପା.....

ସାରାଜୀବନ ଭଲ ପାଇଥିବା

ଆକଟ କରିନଥିବା ଏ ଝିଅଟି ତୁମର

ତୁମକୁ ଝୁରୁଥିବ ଚିରକାଳ l।।


ସବୁ ଦୁଃଖ କୁ ସାମ୍ନାକରି 

ଜୀବନ ଜୀଇଁବାର କଳା

ଯିଏ ଶିଖାଇପାରନ୍ତି

ସେ ମୋ ବାପା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract