STORYMIRROR

Puspanjali Panda

Classics

3  

Puspanjali Panda

Classics

ସଫଳତା

ସଫଳତା

1 min
185

ସଫଳତା ଅବା ବିଫଳତା

କିଛି ଫରକ ପଡେନି 

ବୟସର ଅପରାହ୍ନରେ

ମୃତ୍ୟୁ ଅପେକ୍ଷାରେ ବସିଥିବା

ତୁଚ୍ଛା ଅଲୋଡା, ବୁଢ଼ା ପାଇଁ

ଯିଏ ଜୀଇଁଛି ଆଜିଯାଏ

ନିଜ ଆୟୁଷ ରେ ।

ସିଏ କି ଜୀବନ

ଯିଏ ଚାଖି ନାହିଁ

ସଫଳତାର ସ୍ୱାଦ

ଦେଖିନି ବିଫଳତାର ଦୁଃଖ!!

ସୁଖରେ,ସ୍ନେହରେ,ପ୍ରେମରେ

ପାପୁଲି ଭର୍ତ୍ତି କରି

ସଂସାର ରାସ୍ତାରେ ଦୌଡ଼ି ଦୌଡ଼ି

ଅନେକ ଝୁଣ୍ଟିବା ଭିତରେ

ବିଫଳତା ଆସିଛି ,ଫେରିଛି ବି।

ହେଲେ ଜୀବନ ଜୀଇଁ ଉଠି

ଆଗକୁ ଗଡିଛି

ସଫଳତା ଆଉ କ'ଣ କି!

ଓଜନିଆ ବୋଲି 

ତଳକୁ ନଇଁ ପଡ଼ିଛି

ଢେର୍ ସମୟ ।

ଘଟ ଯାଇ ଘାଟରେ ମିଶିବାକୁ

ଯାହା ଅପେକ୍ଷା।

ଏଯାଏ ଅବୁଝା ଏ ପାଠ

ରାମନାମ ହରିନାମର ଗୁଞ୍ଜରଣ କୁ

କାନ ଡେରି ଶୁଣେ କାଳେ 

କୋକେଇରେ ଯାଉଥିବା ଶବ।

ଜୀବନ ଜୀଇବାରେ

ସଫଳତା

ମୃତ୍ୟୁ ରେ ବିଫଳତା 

ଥାଏ ବୋଲି ମିଛ କି ସତ 

ଏଯାଏ ଅବୁଝା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics