STORYMIRROR

Prakash ranjan Swain

Abstract Classics Inspirational

3  

Prakash ranjan Swain

Abstract Classics Inspirational

ଆସ ମା ଭବାନୀ

ଆସ ମା ଭବାନୀ

1 min
188

ଆସ ମା ଭବାନୀ    ଜଗତ ଜନନୀ

      ମର୍ତ୍ତ୍ୟପୁର କମ୍ପିଲାଣି 

ଦୂର ବନସ୍ଥରେ     ନଦୀର ପଠାରେ

      କାଶତଣ୍ଡି ଡାକିଲାଣି।

ଘଣ୍ଟ ଡାକେ ଆସ    ଶଙ୍ଖ ଡାକେ ଆସ

        ମହିଷାସୁରମର୍ଦ୍ଦିନି

ଦୁଃଖ ହେବ ଦୂର     ଭୟ ହେବ ଦୂର

      ଜୟ ମା ଆମ୍ବେ ଭବାନୀ।

ଅନ୍ଧାର ସରିବ      ଅସୁର ତରିବ

        ହଟିବ ଦୁଃଖ ପ୍ରାଚୀର।

ଅକ୍ଷ୍ୟୁର୍ଣ୍ଣ ରହୁ ମା    ସତ୍ୟ ଧର୍ମ ଶାନ୍ତି

       ନାଶ ହେଉ ଅବିଚାର।

ଆସ ଦଶଭୁଜା     ତୁହି ଜଗଦମ୍ବା

       ତୁ ମା ଦୁର୍ଗତିନାଶିନି

ଦଶଭୂଜେ ମାଆ    ତୁ ଅସ୍ତ୍ର ଧରି ଆ

       ତୁ ମା ଅସୁରନାଶିନି।

ତ୍ରିଭୁବନ ମାଆ    ଯେବେ କମ୍ପୁଥିଲା

      ତ୍ରାହି ମା ତ୍ରାହି ନାଦରେ

ଅବତରିଲୁ ମା      ହାତେ ଧରି ଖଡ୍ଗ

     ଦୁର୍ଗା ରୂପେ ଏ ସଂସାରେ।

ଅସତ୍ୟ ନାଶିଲୁ     ଅଧର୍ମୀ ତାରିଲୁ

      ବିଜୟ ଧ୍ଵଜା ଉଡ଼ିଲା

ତୁହି ମା ହରିଲୁ     ଦୁଃଖ ଜୀବନରୁ

      ଓଠରେ ହସ ଖେଳିଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract