STORYMIRROR

Prakash ranjan Swain

Children Stories

3  

Prakash ranjan Swain

Children Stories

ଗୁରୁ ପୂଜାରୀ ସର୍ବପଲ୍ଲୀ ରାଧାକୃଷ୍ଣନ

ଗୁରୁ ପୂଜାରୀ ସର୍ବପଲ୍ଲୀ ରାଧାକୃଷ୍ଣନ

1 min
190

ଗୁରୁ ନୁହେଁ ସେତ ଜୀବନ ଦିଏ

ଅମୃତ ଧାରାର କଳସୀଟିଏ

ଶିକ୍ଷା ଦିଏ ପୁଣି ଦିଏ ସେ ଦୀକ୍ଷା

ଅନ୍ଧାର ଘରେ ପ୍ରଦୀପର ଏକ ଶିଖାଟିଏ।


ଗୁରୁ ନୁହେଁ ସେତ ସବୁ କିଛି

ବାପା ମାଆ ଅବା ଦେବାଦେବୀ

ପାଳନ୍ତି ଯିଏ ନିଜର ଭାବି

ଭଲ ପାଆନ୍ତି ଯିଏ ନିଜ ସନ୍ତାନଠୁ ବଳି।


ଗୁ ର ଅର୍ଥ ଅନ୍ଧାର ହେଲେ

ହେବ ରୁ ର ଅର୍ଥ ଆଲୋକ

ଅନ୍ଧାରରୁ ଯିଏ ଆଲୋକକୁ ଆଣେ

ସିଏ ଗୁରୁ ନୁହେଁ ଅଟେ ପରା ଜୀବନ୍ତ ଠାକୁର।


ସେଇ ଠାକୁରର ମାନ ମହତ୍ତ୍ଵ ରଖିବା ଲାଗି

ଯିଏ ହେଲେ ନାଇଁ ନିଜ ସ୍ୱାର୍ଥ ଲୋଭୀ

ନିଜ ଜନ୍ମ ଦିନକୁ ଗୁରୁଦିବସ ବୋଲି ଘୋଷଣା କଲେ

ଗୁରୁଙ୍କ ସମ୍ମାନ ବଢ଼ାଇବା ଲାଗି।


ନିଜ ଠାରୁ ବେଶୀ ଭଲପାଉଥିଲେ ଗୁରୁ ସମାଜକୁ ଏଠି

ଭାବୁଥିଲେ ଯିଏ ଗୁରୁ ଅଟେ ତାଙ୍କ ଜୀବନର ସବୁକିଛି

ତାଙ୍କରି ଗୁଣ ଗାରିମା ଆଜି

ଏଇ ସଂସାରକୁ ପ୍ରେରଣା ଦେଉଛି।


ସିଏ ଅଟନ୍ତି ସର୍ବପଲ୍ଲୀ ବାବୁ

ଜନମ ଯାହାର ଆନ୍ଧ୍ର ପ୍ରଦେଶରେ ତିରୁତାନି ଗ୍ରାମେ

ଅଠର ଶହ ଅଠାଅଶି ମସିହା ସେପ୍ଟେମ୍ବର ମାସ ପାଞ୍ଚ ତାରିଖେ

ବୀର ସ୍ୱାମୀ ଆଉ ସୀତାମ୍ମାଙ୍କ କୋଳେ।


ମାନ୍ଦ୍ରାଜ ଠାରୁ ଦୁଇଶହ ମାଇଲ ପୂରୁବ ଦିଗରେ

ବଙ୍ଗୋପସାଗର ନଦୀ କୂଳରେ

ଅବସ୍ଥିତ ସର୍ବପଲ୍ଲୀ ଗ୍ରାମେ

ତାଙ୍କର ପୂର୍ବ ପୁରୁଷ କରୁଥିଲେ ବାସ।


ଜାତିରେ ଥିଲେ ବ୍ରାହ୍ମଣ ପୁଣି

କରୁଥିଲେ ସେ ପୂଜା ପାଠ

କର୍ମ କର୍ମାନି କରି ପାଳୁଥିଲେ ନିଜ ପେଟ।


ଦାରିଦ୍ର୍ୟ ଅଭାବ ଅନଟନ ଯୋଗୁଁ

ଛାଡ଼ିଲେ ସେ ସର୍ବପଲ୍ଲୀ

ଆନ୍ଧ୍ର ପ୍ରଦେଶ ତିରୁତାନି ଗ୍ରାମେ

ତୋଲାଇଲେ ନିଜ ବାସସ୍ଥଳୀ।


ଦକ୍ଷିଣ ଭାରତ ପରମ୍ପରା ଯୋଗୁ

ହୋଇଲେ ଗୋଟେ ପିଲାର ଜନ୍ମ

ପରେ ତାର ପ୍ରକୃତ ପରିଚୟ

ନାମ ପୂର୍ବେ ଲେଖାହୁଏ ନିଜ ଗ୍ରାମର ନାମ।


ସେଥିପାଇଁ ଯୋଡାହେଲା ସର୍ବପଲ୍ଲୀ

ରାଧାକୃଷ୍ଣଙ୍କ ନାମ ପୂର୍ବେ

ସର୍ବପଲ୍ଲୀ ଆଉ ରାଧାକୃଷ୍ଣନ ମିଶି ହେଲେ

ମହାପୁରୁଷ ସେ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍